ଅକ୍ଷୟ ଜଣେ ଏସି ମେକାନିକ l ଆଜି ଦିନ ପ୍ରାୟ ସାଢେ ୩ ଟା ବେଳେ ଅକ୍ଷୟ ଏବ୍ଂ ତାଙ୍କ ବନ୍ଧୁ ବଳରାମ ମହାରଣା ମାର୍ଶାଘାଇରୁ ଏକ ଏସି ମରାମତି ସାରି ଫେରୁଥିବାବେଳେ ବଲରାମପୁର ହନୁମାନ ମନ୍ଦିର ନିକଟରେ ଅଟକି ଏକ ପାନ ଦୋକାନରେ ପାନ କିଣୁଥିଲେ । ଏହି ସମୟରେ ହଠାତ୍ ଆଦିତ୍ୟ ପ୍ରସାଦ ବେହେରା ନାମକ ସ୍ଥାନୀୟ ଯୁବକ ସେଠାରେ ପହଞ୍ଚି ପ୍ରଥମେ ବଳରାମଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା । ବଳରାମ ଖସି ପଳାଇଥିଲେ । ପରେ ସେ ଅକ୍ଷୟଙ୍କୁ ଆକ୍ରମଣ କରି ତଳେ ପକାଇ ଦେଇଥିଲେ l ଅକ୍ଷୟ ତଳେ ପଡିଯିବା ପରେ ଆଦିତ୍ୟ ତାଙ୍କୁ ବାରମ୍ବାର ଛୁରୀ ଭୁଷି ଚାଲିଥିଲା l ପାଟିତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆଦିତ୍ୟକୁ କାବୁ କରି ନେଇଥିଲେ l ଗୁରୁତର ଅବସ୍ଥାରେ ଅକ୍ଷୟଙ୍କୁ ତୁରନ୍ତ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ ଆଦିତ୍ୟକୁ ପୋଲିସ ଅଟକ ରଖିଛି ।
ତେବେ ଆଦିତ୍ୟ ଜଣେ ଆସାମଜିକ ଯୁବକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସେ ବାରମ୍ବାର ଏପରି ଘଟଣା ଘଟାଇଥିବା ଜଣାପଡିଛି । ଅଭିଯୁକ୍ତ ଆଦିତ୍ୟ ସମ୍ପର୍କରେ ପୂର୍ବରୁ ପୋଲିସ ନିକଟରେ ଅଭିଯୋଗ ହୋଇଥିବା ଲୋକେ କହିଛନ୍ତି । ତେବେ ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି କହିଛନ୍ତି ଏସପି ସିଦ୍ଧାର୍ଥ କଟାରିଆ ।
ଆହୁରି ପଢନ୍ତୁ ଓଡିଶା ଖବର...