ଅର୍ଗସ ବ୍ୟୁରୋ : ପୁଣି ସୁକମାରେ ଲାଲ ଆତଙ୍କ । ଛତିଶଗଡ଼ର ସୁକମାରେ ମୁହାଁମୁହିଁ ହୋଇଛନ୍ତି ନକ୍ସଲ ଓ ସୁରକ୍ଷାବଳ । ନକ୍ସଲ ଗୁଳିମାଡ଼ରେ ଡିଆରଜିର 3 ଜଣ ଯବାନ ସହିଦ ହୋଇଛନ୍ତି। ଏହାସହିତ ଅନ୍ୟ ଦୁଇ ଯବାନ ଆହତ ହୋଇଛନ୍ତି । ଆଜି ସକାଳେ ଜଗରଗୁଣ୍ଡା ନିକଟ ଆଶ୍ରମ ପାରାରେ ସୁରକ୍ଷାବଳ ଉପରେ ମୋବାମାଡ଼ କରିଥିଲେ ନକ୍ସଲ। ଜଗରଗୁଣ୍ଡା ଅଞ୍ଚଳରେ ଥିବା କ୍ୟାମ୍ପକୁ ଯିବା ସମୟରେ ନକ୍ସଲ ପ୍ରଥମେ ଗୁଳିମାଡ଼ ଆରମ୍ଭ କରିଥିଲେ ।
ନକ୍ସଲ ଆକ୍ରମଣରେ ଏଏସଆଇ ରାମୁରାମ ନାଗ, ସହାୟକ ନକଷ୍ଟେବଳ କୁଞ୍ଜମ ଜୋଗା ଓ ବଞ୍ଜମ ମୀମା ସହିଦ ହୋଇନ୍ତି। ସୁରକ୍ଷାବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ନକ୍ସଲ ଆକ୍ରମଣକୁ ନିନ୍ଦା କରିବା ସହ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ଟ୍ୱିଟ କରି ସହିଦ ପରିବାରବର୍ଗକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।