ଆଜି ଏହି ହତ୍ୟା ଘଟଣାରେ ଏକ ନୂଆ ମୋଡ଼ ଆସିଛି। ଝିଅ ଜନ୍ମ ପାଇଁ ନୁହଁ ବରଂ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଛୁଆ ମୋର ନୁହେଁ ବୋଲି କହି ଛୁଆକୁ ମାରିବାକୁ ଉଦ୍ୟମ କରିଥିଲେ ବୋଲି ଝିଅର ବାପା ଚନ୍ଦନ ବାଲେଶ୍ଵର ଏସପି ସାଗରିକା ନାଥ ଏକ ପ୍ରେସମିଟ ଡାକି ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ଗୁରୁତର ଥିବା ଶିଶୁ କନ୍ୟା ଦୁଇଦିନ ବାଲେଶ୍ୱରରେ ଚିକିତ୍ସିତ ହେବାପରେ ଉନ୍ନତ ଚିକିତ୍ସା ପାଇଁ ଆଜି କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ନୀଳଗିରି ଥାନା ଅନ୍ତର୍ଗତ ଶିଶୁ କନ୍ୟାର ମାମୁଁ ଘର ସିଙ୍ଗିରି ଗ୍ରାମର ଘଟଣା। ଅଭିଯୁକ୍ତ ବାପା ଚନ୍ଦନ କୁମାର ମହାର୍ଣ୍ଣାଙ୍କୁ ନୀଳଗିରି ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ଏସପି ସାଗରିକା ନାଥ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର