ନୂଆଦିଲ୍ଲୀ: ନିର୍ଭୟାଙ୍କୁ ନ୍ୟାୟ ପାଇଁ ଗଡୁଛି ତାରିଖ । ଫାଶୀ ଦଣ୍ଡରୁ ବଞ୍ଚିବା ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି ନିର୍ଭୟାଙ୍କ 4 ଦୋଷୀ । ବାରମ୍ବାର ଘୁଞ୍ଚୁଛି ଫାଶୀ ତାରିଖ । ତେବେ ଏହା ବିରୋଧରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଗୃହ ମନ୍ତ୍ରାଳୟର ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ । ଫାଶୀ ତାରିଖ ଘୁଞ୍ଚାଇବା ବିରୋଧରେ ଗୃହମନ୍ତ୍ରାଳୟ କରିଥିଲା ଆବେଦନ । କେନ୍ଦ୍ର ସରକାର ଓ ତିହାର ଜେଲ କର୍ତ୍ତୃପକ୍ଷ ମଧ୍ୟ ଏନେଇ ଆବେଦନ କରିଥିଲେ । ତେବେ ଏହା ଉପରେ ଦିଲ୍ଲୀ ହାଇକାକୋର୍ଟରେ ଆଜି ରବିବାର ସତ୍ତ୍ୱେ ମାମଲାର ସ୍ୱତନ୍ତ୍ର ଶୁଣାଣି କରାଯାଇଥିଲା । ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ଏବଂ ଅଭିଯୁକ୍ତ ଓକିଲଙ୍କ ଜବାବ ସୁଆଲ ଶୁଣିବା ପରେ ହାଇକୋର୍ଟ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି ।
