କନ୍ଧମାଳ ପଡ଼ାମାହା ଗାଁର ଜାନକୀ ଓ ଦିଗମ୍ବରଙ୍କ ଘରେ ସେଦିନ ଖୁସିଥିଲା । ୨୦୧୭ ଜୁଲାଇ ୧୮ରରେ ଚିଣ୍ଟୁ ଜନ୍ମ ପରେ ଖୁସିର ପରିବେଶ ଥିଲା । କିନ୍ତୁ କିଛି ଘଣ୍ଟାରେ ଗୋଡ଼ତଳୁ ମାଟି ଖସିଗଲା । ପିଲାର କାନ୍ଦ ବନ୍ଦ ନ ହେବାରୁ ଜଣାପଡ଼ିଲା, ପିଲାଟିର ମଳଦ୍ବାର ନାହିଁ ।
ସେଥିପାଇଁ ସେତେବେଳେ ବାଇପାସ କରି ପେଟ ଦେଇ ଯାଇଥିବା ନାଡ଼କୁ ବାହାର କରିଦିଆଗଲା। ସେଇବାଟ ଦେଇ ଆପେ ଆପେ ମଳତ୍ୟାଗ ହୁଏ। ବୟସ ବଢ଼ିବା ସହ ଏ କଷ୍ଟ ଅଧିକ ବଢ଼ୁଛି । ଏହାରି ଭିତରେ ଫୁଲବାଣୀ ପରେ ବରହ୍ମପୁର ମେଡିକାଲ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି କିନ୍ତୁ ଅପରେସନ ହୋଇପାରୁନି ।
ଏଠି ପ୍ରଶ୍ନ ଉଠୁଛି କାହା ପାଇଁ ବିଜୁ ସ୍ବାସ୍ଥ୍ୟକାର୍ଡ ? ଚିଣ୍ଟୁ ଭଳି ଗରିବ ପରିବାରର ପିଲା ଅପରେସନ ବିନା କଣ ଏମିତି କଷ୍ଟ ହିଁ ପାଇବେ? ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ୫ ବର୍ଷ ପରେ ବି କାହିଁକି ସହଯୋଗ ଦେଇପାରିନି?