ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଗତ ସୋମବାର ସ୍ବାତୀ ମାଲିଓ୍ବାଲଙ୍କ ଉପରେ ଦୁର୍ବ୍ୟବହାର ହୋଇଥିଲା । ଏନେଇ ସେ ଦିଲ୍ଲୀ ପୋଲିସକୁ ଫୋନ କରି ଜଣାଇଥିଲେ । ଏ ସମ୍ପର୍କରେ ସେ ଥାନାରେ ଏତଲା ଦେଇଥିଲେ ।
ସ୍ୱାତି ମାଲିୱାଲଙ୍କ ଅଭିଯୋଗର ଦୁଇ ଦିନ ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏତଲାରେ ମାଲିୱାଲ ଅଭିଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଘରକୁ ମେ ୧୩ ତାରିଖରେ ଯାଇଥିବା ବେଳେ ସେଠାରେ ବିଭବ କୁମାର ଚାପୁଡା ମାରିଥିଲେ । ଏପରିକି ତାଙ୍କ ଛାତି ଓ ପେଟକୁ ଗୋଇଠା ମାରି ଆହତ କରିଥିବା ଏତଲାରେ ଉଲ୍ଲେଖ ରହିଛି ।
ଅଧିକ ପଢନ୍ତୁ ଭାରତ ଖବର
ପୋଲିସ ଏକ ମାମଲା ରୁଜୁ କରି ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସ୍ୱାତି ମାଲିୱାଲଙ୍କୁ ନେଇ କ୍ରାଇମ ସିନର ରିକ୍ରିଏସନ କରିଥିଲା । ଏହାପରେ ତିସହଜାରୀ କୋର୍ଟରେ ମାଜିଷ୍ଟ୍ରେଟଙ୍କ ଆଗରେ ମାଲିୱାଲଙ୍କ ବୟାନ ରେକର୍ଡ କରାଯାଇଥିଲା । ଅନ୍ୟପଟେ ବିଭବ କୁମାର କାଉଁଟର ଅଭିଯୋଗ ଆଣି ସିଭିଲ ଲାଇନ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି । ସ୍ୱାତି ମାଲିୱାଲ ବଳପୂର୍ବକ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ।