ଭୁବନେଶ୍ୱର: କରୋନା ଭ୍ୟାକସିନ୍ କୋଭାକ୍ସିନ୍ର ମାନବ ପରୀକ୍ଷଣ ଓଡ଼ିଶାରେ ଆରମ୍ଭ ହୋଇଯାଇଛି । ଭ୍ୟାକସିନର ମାନବ ପରୀକ୍ଷଣ ପାଇଁ ଆଇସିଏମଆର ଦ୍ୱାରା ଓଡ଼ିଶାର କେବଳ ସମ୍ ହସ୍ପିଟାଲ ଅନୁମତି ଲାଭ କରିଥିଲା । ଗତକାଲିଠୁ ବିଭିନ୍ନ ପରୀକ୍ଷା ପରେ ସମ୍ରେ କୋଭାକ୍ସିନ୍ର ମାନବ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ସମ୍ ହସ୍ପିଟାଲରେ ଆରମ୍ଭ ହୋଇଥିବା ପରୀକ୍ଷଣ ପାଇଁ ଖୁସି ବ୍ୟକ୍ତ କରିବା ସହ ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Compliment IMS & Sum Hospital, the only such institute in Odisha to be chosen by ICMR for the purpose. Indigenously developed Covaxin is another testimony of India's colossal capabilities in healthcare innovation. My prayers and best wishes for its success.
— Dharmendra Pradhan (@dpradhanbjp) July 28, 2020
କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ‘ଯେତେବେଳେ ମାନବ ସେବାର କଥା ଆସେ ଓଡ଼ିଶାବାସୀ ବିଲକୁଲ ପଛରେ ରୁହନ୍ତିନି । ଆଇଏମଏସ୍ ଓ ସମ୍ ହସ୍ପିଟାଲରେ କୋଭାକ୍ସିନର ପରୀକ୍ଷଣ ଆରମ୍ଭ ହୋଇଥିବା ନେଇ ମୁଁ ଅତ୍ୟନ୍ତ ଖୁସି । ଏଥିପାଇଁ ଅନେକ ସ୍ୱେଚ୍ଛାସେବୀ ଆଗକୁ ଆସିଛନ୍ତି ।’
କରୋନା ଭ୍ୟାକସିନ୍ର ପରୀକ୍ଷଣ ପାଇଁ ଓଡ଼ିଶାର ଏକମାତ୍ର ଅନୁଷ୍ଠାନକୁ ଆଇସିଏମର ସ୍ୱୀକୃତି ପ୍ରଦାନ କରିଥିବାରୁ ଆଏମଏସ୍ ଓ ସମ୍ ହସ୍ପିଟାଲକୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ସ୍ୱେଦେଶୀ କରୋନା ଭ୍ୟାକସିନ୍ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭାରତର ଆଉ ଏକ ବିଶାଳ କ୍ଷମତାକୁ ପ୍ରତିପାଦିତ କରୁଛି ବୋଲି ଲେଖିବା ସହ ଏହାର ପରୀକ୍ଷଣ ସଫଳ ହେବା ନେଇ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
