ପୁଣି ତେଜିଲା ଚିଟ୍ ଫଣ୍ଡ ତାତି
ଆସନ୍ତାକାଲି ସମସ୍ତ ଶିକ୍ଷାନୁଷ୍ଠାନରେ ୨ ମିନିଟ ନିରବ ପ୍ରାର୍ଥନା କରାଯବ

ଭୁବନେଶ୍ୱର: ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯବ । ଏନେଇ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆସନ୍ତାକାଲି ଦିନ ୧୧ଟା ସମୟରେ ଏକକାଳୀନ ରାଜ୍ୟବ୍ୟାପୀ ଏହି ନିରବ ପ୍ରାର୍ଥନା କରାଯିବ । କାଶ୍ମୀରର ପୁଲୱାମା ଆକ୍ରମଣରେ ସହିଦ ଯବାନମାନଙ୍କୁ ଦେଶ ଝୁରୁଛି ।
ସେହିବରି ଓଡ଼ିଶା ମାଟିର ବୀର ଯବାନ ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନ ସାହୁ ଓ କଟକ ଜିଲ୍ଲା ନିଆଳିର ରତନପୁର ଗାଁର ମନୋଜ କୁମାର ବେହେରା ମଧ୍ୟ ସହିଦ ହୋଇଛନ୍ତି । ଦୁଇ ସହିଦ୍ଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଁଏ ସହାୟତା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି।
Download Argus News App
