
ଗଜପତି: ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ଭାଜପା ତରଫରୁ ବିଜୟ ସଙ୍କଳ୍ପ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମୋହନାରୁ ଦଳୀୟ କର୍ମୀମାନେ ଏକତ୍ରିତ ହୋଇ ରା ଉଦୟଗିରି ଅଭିମୁଖେ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ରା ଉଦୟଗିରି ବଜାରରେ ଏକ ପଥପ୍ରାନ୍ତ ସଭା କରିଥିଲେ । ଏଥିରେ ଜନସାଧାରଣଙ୍କ ନିମନ୍ତେ ଉଦିଷ୍ଟ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଦଳୀୟ କର୍ମୀମାନେ ଉଦ୍ବୋଧନ ଦେଇ ଅବଗତ କରାଇଥିଲେ । ଏଥିରେ ଭାଜପାର ଲୋକସଭା ପ୍ରଭାରୀ ପବିତ୍ର ମୋହନ ଦାସ, ପୂର୍ବତନ ଭାଜପା ଵିଧାୟକ ଭରତ ପାଇକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଅନିତା ରାଣୀ ବେହେରା, ଗଜପତି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ରାମଗିରି ଜିଲ୍ଲା ପରିଷଦ ସଦସ୍ୟା ସୂପ୍ରଭା ମଣ୍ଡଳ ପ୍ରମୂଖ ଯୋଗଦେବା ସହ ତୃଣମୂଳ ସ୍ତରରୁ କିଭଳି ଦଳୀୟ ସଙ୍ଗଠନ ଏକତ୍ରିତ ହୋଇପାରିବ ଏବଂ ଆସନ୍ତା ନିର୍ବାଚନରେ ଦଳ ଯେଭଳି ବିଜୟଲାଭ କରିବ ସେନେଇ ସଙ୍କଳ୍ପ କରିଥିଲେ ।

ଯାଜପୁର:
ଆଜି ବିଞ୍ଝାରପୁର ବିଜେପି ପକ୍ଷରୁ ସଂକଳ୍ପ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜେପି ନେତା ଅମୀୟ ମଲିକ ଓ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲିକଙ୍କ ନେତୃତ୍ୱରେ ପ୍ରାୟ ୮ ଶହରୁ ଉର୍ଦ୍ଧ ବାଇକ ଏକ ବିରାଟ ଶୋଭାଯାତ୍ରାରେ ଅରେଇ ଠାରୁ ବାହାରି ବିଞ୍ଝାରପୁର ହୋଇ ବାଙ୍ଗରା ଠାରେ ପହଞ୍ଚିଥିଲେ । ବାଙ୍ଗରା ଯଜ୍ଞ ପଡିଆ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା ।

ମୟୂରଭଞ୍ଜ:
ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ବିଜୟ ସଙ୍କଳ୍ପ ଦିବସରେ ବାଇକ୍ ରାଲି ହୋଇଛି । ଏହି ବାଇକ ରାଲିକୁ ଆଶାୟୀ ପ୍ରାର୍ଥୀ ଡ଼. ବୁଢାନ ମୁର୍ମୁ ଶୁଭାରମ୍ଭ କରିବା ସହିତ ରାଲିରେ ଭାଗ ନେଇଥିଲେ । ଝାରପୋଖରିଆ ଠାରୁ ବିଜୟ ସଂକଳ୍ପ ବାଇକ ରାଲିର ଶୁଭାରମ୍ଭ କରିବା ସହ ରାଲିରେ ଭାଗ ନେଇ ଏହି ରାଲି ମାଧ୍ୟମରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଦୂର-ଦୂର ଇଲାକା ରହୁଥିବା ଜନତାଙ୍କ ପାଖକୁ ଯାଇ ମୋଦି ସରକାରଙ୍କର ସାଢେ ଚାରି ବର୍ଷର ଉପଲବ୍ଧି ଏବଂ ଜନ କଲ୍ୟାଣକାରୀ ଯୋଜନା ଗୁଡିକୁ ଅବଗତ କରାଇବେ ବୋଲି ପ୍ରକାଶ କାରିଥିଲେ ।

ନବରଙ୍ଗପୁର:
ନବରଙ୍ଗପୁର ବିଧାନସଭା ମଣ୍ଡଳୀୟ ବିଜେପିର ବୁଥ ସ୍ତରୀୟ ବିଜୟ ସଂକଳ୍ପ ମୋଟର ସାଇକେଲ ଶୋଭାଯାତ୍ରାରେ ୨୦୧୯ ନିର୍ବାଚନ ପୂର୍ବ ପ୍ରସ୍ତୁତି ସ୍ୱରୂପ ଭାରତୀୟ ଜନତା ପାର୍ଟି ଶକ୍ତିକୁ ଆଜି ନବରଙ୍ଗପୁର ବିଧାନସଭା ସ୍ତରୀୟ ଏକ ବିଶାଳ ମୋଟର ସାଇକେଲ ରାଲିର ଆୟୋଜନ କରାଯାଇଛି । ବିଧାନସଭାର ୨୭୦ ପ୍ରତିଟି ବୁଥରୁ ଅତିକମରେ ୫ଟି ଲେଖାଏଁ ମୋଟର ସାଇକେଲ ବୁଥରୁ ବାହାରି ନିଜ ଅଞ୍ଚଳରେ ପରିକ୍ରମା କରି ନବରଙ୍ଗପୁର ନଗର ସ୍ଥିତ ଚଉଁରିୟାଗୁଡା ଅପେରା ପଡିଆଠାରେ ୧୫୦୦ଶହରୁ ଉର୍ଦ୍ଧ ମୋଟର ସାଇକେଲ ଏକଜୁଟ ହୋଇଥିଲେ ଓ ପରେ ସେଠାରୁ ବିରାଟ ମଟର ସାଇକେଲ ରାଲି ବାହାରି ନଗର ମଧ୍ୟଦେଇ ଗାନ୍ଧିଛକ ଠାରେ ଏକ ପଥପ୍ରାନ୍ତ ଶୋଭା ସାରି ସମସ୍ତ କାର୍ଯ୍ୟକର୍ତା ଶ୍ରୀ କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲା ଥିଲେ ।
