ଏଭଳି ସମୟରେ ସିଟି ନାମଲେଖା ବନ୍ଦ ନେଇ ମଧ୍ୟ ଖବର ଆସିଛି । ଶିକ୍ଷାବର୍ଷ ଆରମ୍ଭରୁ ରାଜ୍ୟରେ ଥିବା ୨୬ଟି ସରକାରୀ ଡିଇଏଲ୍ଇଡି ଶିକ୍ଷାନୁଷ୍ଠାନର ଶହେ ଲେଖାଏ ସିଟରେ ନାମଲେଖା ଲାଗି ସ୍ଥିର ହୋଇଥିଲା । ମାତ୍ର ତାହା ହେଲାନାହିଁ । ଗତବର୍ଷ ପରି ଏବର୍ଷ ମଧ୍ୟ ନାମଲେଖା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବହୁ ସଂଖ୍ୟକ ଡିଇଏଲ୍ଇଡି ତାଲିମପ୍ରାପ୍ତ ବେକାର ଥିବାରୁ ଏହି ସଂଖ୍ୟା ଆହୁରି ନବଢାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର ।
ରାଜ୍ୟରେ ଥିବା ୩୦ଟି ଡିଆଇଇଟି, ୪ଟି ବିଆଇଇଟି ଓ ୩୧ଟି ଇଟିଇଆଇର ୬ ହଜାର ୫୦୦ ସିଟରେ ନାମଲେଖା ଲାଗି ଗତ ଜୁନ୍ ମାସରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଟିଇ ଆଣ୍ଡ୍ ଏସସିଇଆରଟି ପକ୍ଷରୁ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ଅନୁମତି ଲୋଡ଼ା ଯାଇଥିଲା । ବ୍ୟାପକ ଆଲୋଚନା ପରେ ବିଭାଗ ପକ୍ଷରୁ ଗତ ଜୁଲାଇ ୧୮ରେ ଟିଇ ଆଣ୍ଡ୍ ଏସ୍ସିଇଆରଟି ନିର୍ଦେଶକଙ୍କୁ ଚିଠି ଲେଖାଯାଇ ନାମଲେଖା ପାଇଁ କୁହାଯାଇଥିଲା । ୨୦୨୨-୨୪ ଶିକ୍ଷାବର୍ଷରେ ପ୍ରତି ଶିକ୍ଷାନୁଷ୍ଠାନର ଶହେ ସିଟରେ ନାମଲେଖା ଲାଗି ଅନୁମତି ଦିଆଯାଇଥିଲା । ଏନେଇ ଟିଇ ଆଣ୍ଡ୍ ଏସ୍ସିଇଆରଟି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏବେ ହଠାତ୍ ତାହାକୁ ବନ୍ଦ କରିବାକୁ ଯୋଜନା ଚାଲିଥିବା ଅଭିଯୋଗ ହେଉଛି ।
ଗତ ଦୁଇ ବର୍ଷ ହେଲା ଡିଇଏଲ୍ଇଡି ପାଠ୍ୟକ୍ରମରେ ନାମଲେଖା ବନ୍ଦ ହେଲାଣି । ଗତବର୍ଷ ମାତ୍ର ୬ ଟି ବିଏଡ୍ କଲେଜର ୩୦୦ ସିଟରେ ନାମଲେଖା ହୋଇପାରିଥିଲା । ଏଥର ବିଏଡ୍ ନାମଲେଖା ଆଶଙ୍କାରେ ରହିଥିବା ବେଳେ ଡିଇଏଲ୍ଇଡି ନାମଲେଖା ବନ୍ଦ ହେବା ଏକପ୍ରକାର ନିଶ୍ଚିତ । ଏବେ ବଡ ପ୍ରଶ୍ନ, ରାଜ୍ୟରେ ପ୍ରଶିକ୍ଷିତ ଶିକ୍ଷକଙ୍କ ଅଭାବ ପୂରଣ ହେବ କେମିତି ? ଆଗକୁ ସିଟି-ବିଇଡି ପ୍ରଶିକ୍ଷଣ ନେଇଥିବା ଛାତ୍ରାଛାତ୍ରୀଙ୍କୁ ନିଯୁକ୍ତି କେବେ ?