ଦଳୀୟ କର୍ମୀଙ୍କ ସହ ବୈଠକରେ ଏନେଇ ସହମତି ହୋଇଛି। ତେବେ ଏ ନେଇ କର୍ମୀ ଓ ନେତାଙ୍କ ସହ ଆଲୋଚନା କରାଯିବ। ସେମାନେ ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ କଟକ ବାରବାଟୀ ପ୍ରାର୍ଥୀ ପାଇଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ବାପାଙ୍କ ଜାଗାରେ ଝିଅଙ୍କୁ ପ୍ରାର୍ଥୀ କରି ପାରେ କଂଗ୍ରେସ । ଓଆରଏଚ୍ଡିସି ଦୁର୍ନୀତି ମାମଲାରେ ରହିତାଦେଶ କାଏମ ରହିବା ପରେ ନିର୍ବାଚନ ଲଢ଼ିପାରିବେ ନାହିଁ ମୋକିମ୍ । ଯଦି ମୋକିମ ନିର୍ବାଚନ ନଲଢ଼ନ୍ତି, ତାହେଲେ ତାଙ୍କ ସ୍ଥାନରେ କିଏ ଲଢ଼ିବେ, ତାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ବାପାଙ୍କ ସ୍ଥାନରେ ଝିଅ ସୋଫିଆ ଫିରଦୌସ ନିର୍ବାଚନୀ ମୈଦାନକୁ ଓହ୍ଲାଇ ପାରନ୍ତି ।
ଦଳୀୟ କର୍ମୀଙ୍କ ସହ ବୈଠକରେ ଏନେଇ ସହମତି ହୋଇଛି। ତେବେ ଏ ନେଇ କର୍ମୀ ଓ ନେତାଙ୍କ ସହ ଆଲୋଚନା କରାଯିବ। ସେମାନେ ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ କଟକ ବାରବାଟୀ ପ୍ରାର୍ଥୀ ପାଇଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ରାମ ମନ୍ଦିରର ଉଦଘାଟନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାମ ଲାଲାଙ୍କ ଦର୍ଶନ କରିଛନ୍ତି ।
ରାମଲାଲାଙ୍କୁ ପୂଜା କରିବା ପରେ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ଏକ ରୋଡ ଶୋ କରିଛନ୍ତି ।
ମେ ୧୪ରେ ବାରାଣାସୀ ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିବାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଭୁ ରାମଙ୍କର ଏହି ଦର୍ଶନ କରିଛନ୍ତି ।
ବ୍ୟସ୍ତବହୁଳ ନିର୍ବାଚନ ପ୍ରଚାର କାର୍ଯ୍ୟସୂଚୀ ମଧ୍ୟରେ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶରେ ପହଞ୍ଚିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଅଯୋଧ୍ୟା ସମ୍ପୂର୍ଣ୍ଣ ରୂପେ ସଜାଯାଇଥିଲା।
ପ୍ରଧାନମନ୍ତ୍ରୀ ପ୍ରଭୁ ରାମ ଲାଲାଙ୍କ ମୂର୍ତ୍ତିକୁ ‘ସାଷ୍ଟାଙ୍ଗ ଦଣ୍ଡବତ’ ରେ ପ୍ରଣାମ କରି ପ୍ରାର୍ଥନା କରିଥିଲେ ।
ଏହା ପରେ ସେ ଦୁଇ କିଲୋମିଟର ଲମ୍ବା ରୋଡ ଶୋ କରିଥିଲେ ।
ଯେଉଁଠାରେ ଲୋକମାନେ ନରେନ୍ଦ୍ର ମୋଦିଙ୍କ ଝଲକ ଦେଖିବାକୁ ସବୁଆଡେ ଏକାଠି ହୋଇଥିଲେ ।
ହାତରେ ଦୀପ ଥାଳି ଓ ଫୁଲ ପକାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଅଯୋଧ୍ୟାବାସୀ ।
ଲୋକଙ୍କ ମଧ୍ୟରେ ଖେଳି ଯାଇଥିଲା ଅପୂର୍ବ ଆନନ୍ଦ ।
At Ayodhya, prayed to Prabhu Shri Ram for the well being of my fellow 140 crore Indians. pic.twitter.com/ulwNmktZ2e — Narendra Modi (@narendramodi) May 5, 2024
ଭୁବନେଶ୍ୱର: ରବିବାର ରାତିରେ ବିମାନବନ୍ଦରରେ ପହଞ୍ଚିବା ପରେ ବାହାରେ ମୋଦିଙ୍କ ଗୋଟିଏ ଝଲକ ପାଇବାକୁ ଜନତାଙ୍କ ଗହଳି ଦେଖିବାକୁ ମିଳିଥିଲା ।
ବିମାନବନ୍ଦରରୁ ରାଜଭବନ ଯାଏଁ ରାସ୍ତାର ଉଭୟପାର୍ଶ୍ବ ଜନ ସମୁଦ୍ର ପାଲଟିଥିଲା । ରବିବାର ରାତି ପ୍ରାୟ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରୁ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ । ତାଙ୍କୁ ସେଠାରେ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା ।
ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ବ ଲୋକାରଣ୍ୟ ହୋଇଥିଲା। ମୋଦି ହାତ ହଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ।
ପ୍ରଧାନମନ୍ତ୍ରୀ କିଛି ଫଟୋକୁ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ "x" ରେ ପୋଷ୍ଟ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ସ୍ପଷ୍ଟ ଭାବେ ଦେଖିପାରୁଛି ଯେ ଓଡିଶା ରାଜ୍ୟ ତଥା କେନ୍ଦ୍ରରେ ବିଜେପି ସପକ୍ଷରେ ଭୋଟ୍ ଦେବାକୁ ପ୍ରସ୍ତୁତ ଅଛି । ଲୋକମାନେ ଏକ ସରକାର ଚାହୁଁଛନ୍ତି ଯିଏ ଓଡିଶାର ବିକାଶ କରିପାରିବ ଏବଂ ସ୍ଥାନୀୟ ସଂସ୍କୃତିର ସୁରକ୍ଷା ମଧ୍ୟ କରିପାରିବ ।
After programmes in Uttar Pradesh, landed to a warm welcome in Bhubaneswar. I can clearly see Odisha is all set to vote BJP in the state and Centre. People want a Government that can develop Odisha and also protect the vibrant local culture. pic.twitter.com/OcbguQz24I — Narendra Modi (@narendramodi) May 5, 2024