ଅର୍ଗସ ବ୍ୟୁରୋ : ଶିଶୁ ଓ ମହିଳାଙ୍କ ପାଇଁ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି ଓଡିଶା । ନାରୀ ସଶକ୍ତିକରଣର କଥା କହି ମିଛ ବାହାସ୍ପୋଟ ମାରୁଥିବା ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି । ଶାସକ ବିଜେଡି ନିଜ ଦୋଷକୁ ଲୁଚାଇବାକୁ ଯାଇ ଏଭଳି ଦଳୀୟ ଆଧାରରେ ମହିଳା ଶାଖାର ଜୁମ୍ବୋ ସଂପ୍ରସାରଣ କରି ନିଜ ଦୋଷକୁ ଲୁଚାଉଥିବା ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି । ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା, ଆଗରୁ ବିଜେଡି ମୃତକଙ୍କ ନାଁରେ ରାସନ, ଘର ଦେଉଥିଲା କିନ୍ତୁ ଏବେ ପଦବୀରେ ମଧ୍ୟ ମୃତକଙ୍କ ନାମକୁ ଯୋଡିଛି । ଯାହା ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଯେଉଁ ମହିଳାଙ୍କ ନାମ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀରେ ରଖିଛନ୍ତି ସେହି ମହିଳା ହେଲେ ବ୍ରହ୍ମପୁର ସହରର ମିନାକ୍ଷୀ ମିଶ୍ର । ସ୍ୱର୍ଗତ ମିଶ୍ର ତାଙ୍କ ପୁଅ ପାଇଁ ରାଜ୍ୟ ସରକାରଙ୍କୁ ନ୍ୟାୟ ଭିକ୍ଷା କରି ଆତ୍ମହତ୍ୟା କରିଥିବାବେଳେ ତାଙ୍କୁ ଦଳୀୟ ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ପଦବୀରେ ନେବା ଅତ୍ୟନ୍ତ ଲଜ୍ଜାର ବିଷୟ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ମା’କୁ ସମ୍ମାନ ନାରା ଦେଉଥିବା ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି ଏନସିଆରବି ରିପୋର୍ଟ । ଓଡିଶାରେ ମହିଳା ବିରୋଧୀ ହିଂସା କ୍ରମାଗତ ବୃଦ୍ଧି ପାଇଚାଲିଥିବାବେଳେ, ଦଣ୍ଡବିଧାନ ହାର କ୍ରମାଗତ ହ୍ରାସ ପାଇଚାଲିଛି । ୨୦୨୦ରେ ୨୫,୪୮୯ ଟି ମହିଳାଙ୍କ ବିରୋଧ ଅପରାଧ ଘଟିଥିବାବେଳେ ୨୦୨୧ ମସିହାରେ ଏହି ସଂଖ୍ୟା ୩୧,୩୫୨କୁ ପହଂଚିଛି । ମହିଳା ଅପହରଣ ୩୭ ପ୍ରତିଶତ, ମହିଳା ଅସଦାଚରଣ ୧୭.୮ ପ୍ରତିଶତ, ବଳାତ୍କାର ମାମଲା ୨୦.୨୩ ପ୍ରତିଶତ, ନାବାଳିକା ଯୈାନ ନିର୍ଯ୍ୟାତନା ୧୩.୩୫ ପ୍ରତିଶତ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତା ଓ ଲଜ୍ଜାଜନକ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
୨୦୨୦ ମସିହା ଅଗଷ୍ଟ ମାସ ୯ ତାରିଖରେ ନିଖୋଜ ହୋଇଥିବା ବହୁଚର୍ଚ୍ଚିତ ୨ ବର୍ଷୀୟା
ରାଜନୀତି ଖବର ଆହୁରି ପଢନ୍ତୁ ।