ଅନୁଗୁଳ: ପାରିବାରିବ କଳହକୁ ନେଇ ମାଡ଼ପିଟ । ଶ୍ୱଶୁରଘର ଲୋକ ବାଇକରେ ବାନ୍ଧି ନେଲେ ଜ୍ୱାଇଁକୁ । ଏଭଳି ଅମାନବିୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ କମରେଈ ପଞ୍ଚାୟତ ଦଣ୍ଡସିଂହା ଗ୍ରାମରେ । ଏହି ଘଟଣାଟି ଗତ ୧୬ତାରିଖରେ ଘଟିଥିବାର ସୂଚନା ମିଳିଛି ।
ଦଣ୍ଡସିଂହା ଗ୍ରାମରେ ଗତ ୧୫ତାରିଖ ଦିନ ଦୁଃଖବନ୍ଧୁ ସାହୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପାରିବାରିକ ଝଗଡା ହୋଇଥିଲା । ପରେ ୧୬ତାରଖ ଦିନ ଦଣ୍ଡସିଂହାଙ୍କ ବାସଭବନକୁ ଶଶୁର ଘର ଲୋକେ ଆସି ଦୁଃଖବନ୍ଧୁଙ୍କୁ ନିସ୍ତୁକ ମାଡ ମାରିଥିଲେ । ଓ ପରେ ଦୁଇ ଶଳା ଓ ଶଶୁର ବାଇକରେ ହାତଗୋଡ ବାନ୍ଧି ଅପହରଣ କରିନେଇଥିଲେ । ଏହାସହ ଜୀବନରେ ହତ୍ୟା କରିବାର ଉଦ୍ଦେଶ୍ୟ ରଖି ଏପରି କାଣ୍ଡ ଭିଆଇ ଥିବା ଦୁଃଖବନ୍ଧୁ ପ୍ରକାଶ କରିଛନ୍ତି । ଏଭଳି ଅମାନୁଷିକ ଭାବେ ବାଇକରେ ବାନ୍ଧି ନେଉଥିବାର ଦୃଶ୍ୟ ଗ୍ରାମର ଲୋକେ ଦେଖିବାକୁ ପାଇଥିଲେ ।
ଫଳରେ ପୋଲିସକୁ ଘଟଣା ସମ୍ପର୍କରେ ଗ୍ରାମବାସୀ ସୂଚନା ଦେଇଥିଲେ । ଖବର ପୋଲିସ ଗାଁରେ ପହଞ୍ଚିବାରୁ ଦୁଖବନ୍ଦୁକୁ ଛାଡି ଶଶୁର ଘର ଲୋକେ ପଳାଇଥିଲେ । ଘଟଣା ସ୍ଥଳରୁ କଣିହାଁ ପୋଲିସ ଦୁଃଖବନ୍ଧୁକୁ ଗୁରୁତର ଭାବେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ପୋଲିସ ତଦନ୍ତ କରି ଅଭିଯୁକ୍ତ ସାନ ଶଳାକୁ ଥାନାରେ ଅଟକ ରଖିଥିଲା । ପରବର୍ତ୍ତୀ ସମୟରେ ପୋଲିସ ଉକ୍ତ ମାମଲାକୁ ରଫାଦଫା କରିବାପାଇଁ ୧୦ହଜାର ଟଙ୍କା ନେଇଥିବା ଦୁଃଖବନ୍ଧୁ ଅଭିଯୋଗ କରିଛନ୍ତି ।
