କୃଷିରୁ ନେଇ ଶିଳ୍ପ ଓ ପର୍ଯ୍ୟଟନ ସବୁ କ୍ଷେତ୍ରରେ ଓଡ଼ିଶାରେ ଅପାର ସମ୍ଭାବନା। ତଥାପି ସବୁ କ୍ଷେତ୍ରରେ ପଛୁଆ ଓଡ଼ିଶା। ଓଡ଼ିଶାବାସୀଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୟନୀୟ। ଓଡ଼ିଶାବାସୀଙ୍କ ଦାରିଦ୍ର୍ୟ ପାଇଁ ମୋଦି ନବୀନ ସରକାରଙ୍କୁ ପାପ ଲଦିବା ପରେ 24 ବର୍ଷର ସରକାରର ଅପାରଗତା ବିରୋଧରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା। ରାଜ୍ୟର ବିକାଶ ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଓଡ଼ିଶାରେ ନା ସମ୍ପଦର ଅଭାବ ଅଛି ନା ପାଣ୍ଠି। ମୋଦିଙ୍କ ଖଣି ନୀତି ସଂସ୍କାର ଯୋଗୁଁ ଓଡ଼ିଶାର ଖଣି ରାଜସ୍ବ ଆଶାତୀତ ଭାବେ ବଢ଼ିଛି । ଏବେ ଖଣିରୁ ବର୍ଷକୁ 50 ହଜାର କୋଟି ଟଙ୍କା ପାଉଛି ଓଡ଼ିଶା। ପୁଣି ଗତ ଦଶ ବର୍ଷ ଭିତରେ ବିଭିନ୍ନ ଯୋଜନାରେ ମୋଦି ସରକାର ଓଡ଼ିଶାକୁ ଦେଇଛନ୍ତି ସାଢ଼େ ତିନି ଲକ୍ଷ କୋଟି । କିନ୍ତୁ ଏ ଟଙ୍କା ଯାଉଛି କୁଆଡ଼େ ? ଏ ନେଇ ବିଜେଡି ନେତାଙ୍କ ଦୁର୍ନୀତିକୁ ଦାୟୀ କରିଛନ୍ତି ମୋଦି। ଓଡ଼ିଶାର କୁଶଳୀ ଓ ଉତ୍ତମ ମାନବ ସମ୍ବଳକୁ ବିନିଯୋଗ କରି ସମୃଦ୍ଧ ହେଉଛନ୍ତି ଗୁଜରାଟ ଭଳି ରାଜ୍ୟ। ସୁରଟର ସୂତା ଶିଳ୍ପ ସମୃଦ୍ଧ ହେବା ପଛରେ ରହିଛି ଓଡ଼ିଆ ଶ୍ରମିକଙ୍କ ପ୍ରମୁଖ ଯୋଗଦାନ। କିନ୍ତୁ ଆମ ଓଡ଼ିଶାର 24 ବର୍ଷର ବିଜେଡି ସରକାରର ଅପାରଗତାରୁ ଭିଟାମାଟି ଛାଡ଼ି ଦାଦନ ଦୁର୍ଦ୍ଦଶା ଭୋଗୁଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ।
ଅଧିକ ପଢନ୍ତୁ ଓଡିଶା ଖବର