ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟଳୟରେ ବିଜେପିରେ ଯୋଗଦେଲେ ବୈଜୟନ୍ତ ପଣ୍ଡା । ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସହ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା କେଭି ସିଂଦେଓଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ଜୟ । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଆଜି ବିଜେପି ସହ ଆଜି ଏକ ନୂଆ ବଳ ଯୋଡ଼ି ହୋଇ ଯାଇଛି ।
ଦୀର୍ଘ ୨୦ ବର୍ଷ ହେଲା ବୈଜୟନ୍ତ ପଣ୍ଡା ସଂସଦରେ ନିଜର ନିଜସ୍ଵ ପରିଚୟ ସୃଷ୍ଟି କରିଛନ୍ତି । ଅନେକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ବିଚାର ସହ ବୈଜୟନ୍ତ ସହମତ ଥିଲେ। ସେ ବିଜେପିର କାର୍ଯ୍ୟକୁ ଖୋଲିକରି ପ୍ରଶଂସା କରୁଥିଲେ । ସେଥିପାଇଁ ତାଙ୍କୁ ଦଳୀୟ ଆକ୍ରୋଶର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥିଲା । ତଥାପି ସେ କେବେ ବି ସାଲିସ କରି ନାହାନ୍ତି । ତଥାପି ସେ କେବେ ବି ସାଲିସ କରି ନାହାନ୍ତି । ବୈଜୟନ୍ତଙ୍କ ଯୋଗଦାନ ବିଜେପି ପାଇଁ ଲାଭ ହେବ । ତାଙ୍କୁ ଆମେ ଦଳରେ ସ୍ଵାଗତ କରୁଛୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
I welcome my friend, Shri Baijayant Jay Panda @PandaJay into the @BJP4India family. His popularity and connect with the Odia youth will further strengthen the surge of @BJP4Odisha in Odisha. pic.twitter.com/S1dthYaJ21
— Dharmendra Pradhan (@dpradhanbjp) March 4, 2019
ଏହାସହ ଆଜି ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଦଳର ସଦସ୍ୟତା ଗ୍ରହଣ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ପଣ୍ଡା କହିଛନ୍ତି ଯେ, ଓଡ଼ିଶାରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ହିଂସା ବଢ଼ି ଚାଲିଛି । ଦୁର୍ନୀତି ଏବେ ଚରମସୀମାରେ ପହଞ୍ଚି ଗଲାଣି । ଗୋଟିଏ ଦଳ ୪ଥର କ୍ଷମତାରେ ରହିବା ସତ୍ତ୍ୱେ ଗର୍ଭବତୀ ମହିଳାଙ୍କୁ ଭାରରେ ମେଡିକାଲ ନେବାକୁ ପଡ଼ୁଛି ।
ଶବକୁ କାନ୍ଧରେ ବୋହିବାକୁ ପଡ଼ୁଛି । ଭିତ୍ତିଭୂମିରେ ସୁଧାର ଆସିପାରିନି । ଏସବୁର ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି । ଆଉ ବିଜେପି ହିଁ ଏସବୁ ପରିବର୍ତ୍ତନ କରିବାରେ ସକ୍ଷମ ହେବ । ପୂର୍ବରୁ ଓଡ଼ିଶାରେ ବିଜେପି ସହ ବିଜେଡିର ମେଣ୍ଟ ସରକାର ଥିବାବେଳେ ଏକ ନିର୍ଦ୍ଦିଷ୍ଟ ନୀତିରେ ସରକାର ଚାଲୁଥିଲା । ମାତ୍ର ତାହା ଏବେ ଆଉ ନାହିଁ ।
ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କିଏ ହେବ ମୁଖ୍ୟମନ୍ତ୍ରୀ । ବିଜେପି ଶିବିରରେ ଚାଲିଛି ମାନସମନ୍ଥନ । ଏହାରି ମଧ୍ୟରେ 3 ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିଛି ବିଜେପି । ଛତିଶଗଡ ପାଇଁ 3 ପର୍ଯ୍ୟବେକ୍ଷକ ଘୋଷଣା ହୋଇଛନ୍ତି । ଅର୍ଜୁନ ମୁଣ୍ଡା, ଦ୍ରୁଷ୍ୟନ୍ତ ଗୌତମ, ସର୍ବାନନ୍ଦ ସୋନୱାଲଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ରାଜସ୍ଥାନ ପାଇଁ ରାଜନାଥ ସିଂ, ବିନୋଦ ତାୱଡେ ଓ ସରୋଜ ପାଣ୍ଡେଙ୍କୁ ଦାୟିତ୍ୱ ଦିଆଯାଇଛି । ମଧ୍ୟପ୍ରଦେଶ ପାଇଁ ମନହୋରଲାଲ ଖଟ୍ଟର, କେ.ଲକ୍ଷ୍ମଣ, ଆଶା ଲାକ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ତିନି ରାଜ୍ୟ ପାଇଁ ଅନେକ ଦାବିଦାର ରହିଥିବାବେଳେ ଏହି ପର୍ଯ୍ୟବେକ୍ଷକମାନେ ବିଧାୟକମାନଙ୍କ ସହ ଆଲୋଚନା କରିବେ । ଏହାପରେ ଏହି 3 ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା ସ୍ପଷ୍ଟ ହେବ ।
ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍ ...ରାଜସ୍ଥାନରେ ବାଜି ମାରିଲା ବିଜେପି
ଆହୁରି ପଢନ୍ତୁ ଭାରତ ଖବର...
ଅର୍ଗସ ବ୍ୟୁରୋ: ଅନୁଗୁଳରେ ପୁଣି ହାତୀ ଆତଙ୍କ । ୨ ଜଣଙ୍କୁ ଦଳି ମାରିଲା ହାତୀ । ଅନୁଗୁଳ ବନଖଣ୍ଡ ଛେଳିଆପଡା ବୁଢାପଦ ସାହିରେ ଅଇଁଠୁ ସାହୁଙ୍କ ହାତୀ ଆକ୍ରମଣରେ ଜୀବନ ଯାଇଥିବା ବେଳେ ଶାବଳଭଙ୍ଗା ଗାଁର ଗୁରୁ ନାୟକଙ୍କ ମଧ୍ୟ କଚାଡ଼ି ମାରିଛି ହାତୀ । ଗତକାଲି ରାତିରେ ଉଭୟ ହାତୀ ହାବୁଡ଼ରେ ପଡ଼ିବା ସହ ପ୍ରାଣ ହରାଇଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ କ୍ଷତିପୂରଣ ସହ ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ଦାବି କରି ରାସ୍ତାରୋକ କରିଛନ୍ତି ଲୋକେ । ବନ ବିଭାଗର ପ୍ରତିଶ୍ରୁତି ପରେ ସରଧାପୁରରେ ବନ୍ତଳା-ଅନୁଗୁଳ ମୁଖ୍ୟ ରାସ୍ତାରୁ ହଟିଛନ୍ତି ଲୋକେ ।
ତେବେ ଛେଳିଆପଡା ଗାଁରେ ସମାନ ଦାବି ନେଇ ଏବେ ବି ଆନ୍ଦୋଳନ ଜାରି ରହିଛି । ବନ ବିଭାଗ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଅନୁଗୁଳ ଜିଲ୍ଲାରେ ବାରମ୍ବାର ଲୋକେ ହାତୀ ଆକ୍ରମଣର ଶିକାର ହେଉଥିବା ବେଳେ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବନ ବିଭାଗ । ହାତୀ ଆକ୍ରମଣରେ ପ୍ରତିବର୍ଷ ଜିଲ୍ଲାରେ ଶତାଧିକ ଲୋକଙ୍କର ଜୀବନ ଯାଉଛି। କିଛି ଦିନ ମଧ୍ୟରେ କେବଳ ଅନୁଗୁଳ ବ୍ଲକରେ ୩୦ରୁ ଅଧିକ ଜୀବନ ଗଲାଣି । ହାତୀ ପଲ ଚାଷ ଉଜାଡ଼ି ଦେବା ସହ ଜୀବନ ସହ ଜୀବିକା ବି ବିପନ୍ନ ହେଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: