ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ରାତ୍ରୀ କାଳୀନ ଉଦ୍ଧାର ଅଭିଯାନ ସଫଳ । ଭଦ୍ରକ ଜିଲ୍ଲାର ତିହିଡି ଥାନା ଅଞ୍ଚଳର ତଳ ଗୋପବିନ୍ଧାରେ ବାତ୍ୟା ପ୍ରଭାବିତ 24 ଜଣଙ୍କୁ ଉଦ୍ଧାର କରିଛନ୍ତି ଓଡ୍ରାଫ ଟିମ । ସାଳନ୍ଦୀ ନଦୀ ପାଣି ଘେରରେ ଲୋକେ ଫସିଥିବା ଖବର ପାଇବା ପରେ ରାତ୍ରୀ ସାଢ଼େ 8ଟାରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା । ପୂର୍ବାଞ୍ଚଳ ଡିଆଇଡି, ଭଦ୍ରକ ଏସପିଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ହୋଇଥିବା ଅପରେସନ ସଫଳ ହୋଇଛି । ଉଦ୍ଧାର ହୋଇଥିବା ଲୋକଙ୍କୁ ଐଶାନ୍ୟଚଣ୍ଡି ହାଇସ୍କୁଲରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳର ରଖାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେଜ ଛାତ୍ରଛାତ୍ରୀ ଅସୁବିଧା ସମ୍ମୁଖୀନ ହେଉଥିବା ଦେଖାଦେଇଛି।
ପାଗ ପରିବର୍ତ୍ତନ ହୋଇଥିବା ବେଳେ ସକାଳ ୮ ଟା ପର୍ଯ୍ୟନ୍ତ କୁହୁଡ଼ି ଘେରରେ ନୀଳଗିରି ରହିଥିବା ଦେଖାଦେଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତି ରେକର୍ଡ । ସେ ପ୍ରତି ଘଣ୍ଟାକୁ ପାଖାପାଖି ୭୫୦ ରୁ ୮୦୦ ଦୋଷା ପ୍ରସ୍ତୁତ କରୁଛନ୍ତି ଏବଂ ୨୪ ଘଣ୍ଟାରେ ୧୦ ହଜାର ଦୋଷା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛନ୍ତି।
ମନୋହରଙ୍କ ବାପା କହୁଥିଲେ ଯେ ଖାଦ୍ୟ ଦାନ ଠାରୁ ମହତ୍ବ ଦାନ କିଛି ନାହିଁ। ସେ ତାଙ୍କ ବାପାଙ୍କ କଥା ମାନି ଏଭଳି ଖାଦ୍ୟ ପ୍ରସ୍ତୁତି କରୁଥିବା ପ୍ରକାଶ କରିଛନ୍ତି। ଚଳିତ ବର୍ଷକୁ ମିଶାଇ ଏହା ମନୋହରଙ୍କ ୨୬ ତମ ରେକର୍ଡ।
ଅଧିକ ପଢନ୍ତୁ ଭାରତ ଖବର