କେବଳ ଏଇ ମାନେ ନୁହଁନ୍ତି ବରଂ ଦଳର ଅନେକ ଆଗ ଧାଡ଼ିର ନେତା ବି ବିଜେଡି ସହ ବର୍ଷ ବର୍ଷର ସମ୍ପର୍କ ତୁଟାଇଛନ୍ତି । ଆଜି ଭୁବନେଶ୍ୱର ଉତ୍ତରରୁ ଦଳର ପୂର୍ବତନ ବିଧାୟକ ଥିବା ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡି ବିଜେପି କ୍ୟାମ୍ପରେ ସାମିଲ ହୋଇଛନ୍ତି । ସେହିପରି ପୂର୍ବରୁ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ବିଜେପି କ୍ୟାମ୍ପରେ ସାମିଲ ହୋଇ ବିଜେଡିକୁ ଦେଇଛନ୍ତି ଆହ୍ୱାନ । ସେହିପରି ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏବଂ ବର୍ତ୍ତମାନର ସାଂସଦ ତଥା ଛଅ ଛଅ ଥରର ସାଂସଦ ଭତୃହରି ମହତାବ ବି ବିଜେଡି ଗଣତନ୍ତ୍ର ନୁହେଁ ଜଣ ତନ୍ତ୍ର ଚାଲିଥିବା କହି ଦଳ ଛାଡି ବିଜେପିରେ ହୋଇଛନ୍ତି ସାମିଲ ।
ଏହା ବାଦ ପୂର୍ବତନ ବିଧାୟକ ଅନାମ ନାୟକ, ତ୍ରିନାଥ ଗମାଙ୍ଗ ଓ ପୂର୍ଣ୍ଣ ସେଠି ବି ବିଜେପି କ୍ୟାମ୍ପରେ ସାମିଲ ହୋଇ ଉଡାଇଛନ୍ତି ଗେରୁଆ ବାନା । ଅର୍ଥାତ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବଳଶାଳୀ ହେଉଥିବା ବେଳେ ବିଜେଡିର ଗ୍ରହଣୀୟତା କମିବାରେ ଲାଗିଛି । ଏ ସବୁ ଭିତରେ କଂଗ୍ରେସରୁ ବି ଅନେକ ନେତା ମୁହଁ ଫେରାଉଛନ୍ତି । ଚିରଞ୍ଜିବି ବିଶ୍ୱାଳ ଆଜି ଇସ୍ତଫା ଦେଇଥିବା ବେଳେ ବିଧାୟକ ଅଧିରାଜ ପାଣିଗ୍ରାହୀ ଏବଂ ପୂର୍ବତନ ବିଧାୟକ କେ ସୁରିଆ ରାଓ ବି କଂଗ୍ରେସ ଛାଡିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: