ବାଇକକୁ ଅଟକାଇବା ପରେ ପୁଲିସ ଯାଞ୍ଚ କରିବାରୁ ପର୍ଶୁରାମ ଠାରୁ ପ୍ରାୟ ୫୪ କିଲୋ ୨୫୦ ଗ୍ରାମ ଗଞ୍ଜେଇ ସହ ଗ୍ରୀନ କାର୍ଡ, ଏଟିଏମ, ଡ୍ରାଇଭିଂ ଲାଇସେନ୍ସ, ପାନକାର୍ଡ ଜବତ କରିଥିଲା । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଗଞ୍ଜେଇ ଚାଲାଣ ମାମଲାରେ ଜଣେ ଅଭିଯୁକ୍ତ ଗିରଫ

ନବରଙ୍ଗପୁର: ନବରଙ୍ଗପୁର କୋଷାଗୁମୁଡ଼ା ପୋଲିସକୁ ସଫଳତା । ଗଞ୍ଜେଇ ଚାଲାଣ ମାମଲାରେ ଜଣେ ଅଭିଯୁକ୍ତକୁ କୋଷାଗୁମୁଡ଼ା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି କୋଟପାଡ଼ ଥାନା ଅନ୍ତର୍ଗତ ଶିରିସି ଗ୍ରାମର ପର୍ଶୁରାମ ମାଝୀ । କୋଷାଗୁମୁଡ଼ା ପୋଲିସ ଦାଡିଆଗୁଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଇନ୍ଦ୍ରାବତୀ ନଦୀଘାଟ ନିକଟରୁ ଏକ ମୋଟର ସାଇକେଲରେ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ କରିଥିଲା ।
Download Argus News App
