ଏ ଗୋଟିଏ ଘଟଣା ରାଜଧାନୀରେ ନୂଆ ନୁହେଁ।ବାରମ୍ୱାର ଏଭଳି ଘଟଣା ସାମ୍ନାକୁ ଆସୁଥିବାବେଳେ ରାଜଧାନିବାସୀ କେତେ ସୁରକ୍ଷିତ ତାକୁ ନେଇ ଉଠୁଛି ପ୍ରଶ୍ନ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ

ଅର୍ଗସ ବ୍ୟୁରୋ: ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ । ନିଶା କାରବାରକୁ ନେଇ ଗୋଷ୍ଠି ସଂଘର୍ଷ । 3 ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଲେଡି ଡନ ଓ ତାଙ୍କ ସ୍ବାମୀଙ୍କ ସମେତ ଅନ୍ୟ ସହଯୋଗୀ । ଘଟଣାରେ ଜଣେ ମୃତ ଓ ଦୁଇ ଜଣ ଆହତ ହୋଇଛନ୍ତି । ୟୁନିଟ 8 ନାରାୟଣ ବସ୍ତିରେ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକଙ୍କ ନାଁ ପି ସୁବ୍ରତ ରାଓ ବୋଲି ଜଣାପଡିଛି । ଅନ୍ୟପଟେ ଘଟଣା ସ୍ଥଳରେ ଏବେ ପୋଲିସ ତଦନ୍ତ କରୁଥିବା ବେଳେ ଉପସ୍ଥିତ ଥିବା ଲୋକଙ୍କୁ ପଚରାଉଚରା ପାଇଁ ନେଇଛି ପୋଲିସ ।
Download Argus News App
