ଅଭିଯୋଗ ଅନୁଯାୟୀ ସ୍ଥାନୀୟ ତାରିଣୀ ମନ୍ଦିରପଡ଼ାର ଅଶୋକ ନେଗିଙ୍କ ଘରକୁ ଯାଇ ଗତ ରବିବାର ଦୁଇଜଣ ଯୁବକ କୁଆଡେ ଧମକ ଚମକ୍ ଦେଇ ଟଙ୍କା ମାଗିଥିଲେ। ଉଭୟଙ୍କୁ ଘରେ ପୁରାଇ ଅଶୋକ ପୁଲିସକୁ ସୂଚନା ଦେଇଥିଲେ। ପିସିଆର୍ ଭ୍ୟାନ ଆସି ଜଣକୁ ନେଇଥିବା ବେଳେ ଅନ୍ୟଜଣେ ଫେରାର ହୋଇଯାଇଥିଲା। ତେବେ ଏହି ଘଟଣାରେ ଟାଉନ ଥାନାରେ କାର୍ଯ୍ୟରତ ଏଏସଆଇ ପଙ୍କଜ ତାଣ୍ଡି , ପୀଡ଼ିତ ଅଶୋକ ନେଗିଙ୍କୁ ଥାନାରେ ଗାଳିଗୁଲଜ କରି ଧମକ ଦେଇଥିବା ଶ୍ରୀ ନେଗି ଟାଉନ ଥାନାରେ ଅଭିଯୋଗ କରିଛନ୍ତି।
ଏ ନେଇ ୧୩ ତାରିଖ ରାତିରେ ଟାଉନ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରବୀଣ କୁମାର ତାଣ୍ଡିକୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: