ପ୍ରଭାକରଙ୍କ ପୁଅଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଜମିରେ ଜୋର ଜବରଦସ୍ତ ଗ୍ରାମବାସୀ ପୂର୍ଣ୍ଣାଦି ପକାଇଥିଲେ। ବାପା ପ୍ରଭାକର ବିରୋଧ କରିବାରୁ ଗାଁର 7ରୁ 8 ଜଣ ଯୁବକ ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ଆସିଥିଲ । ଏନେଇ ପ୍ରଭାକର ଥାନାରେ ଏତଲା ଦେଇ ଗାଁକୁ ଫେରୁଥିବାବେଳେ ଗାଁର କିଛି ଲୋକ ଆକ୍ରମଣ କରିଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି।
ଗାଁର କାଳିଆ ଗୌଡ଼, କାହ୍ନୁ ଚରଣ ଗୌଡ, ବଳରାମ ଗୌଡ଼, ଛକରି ଗୌଡ଼, ସୁଦର୍ଶନ ଗୌଡ଼, ସିଲୁ ସାହୁ ଓ ଭାସ୍କର ସାହୁଙ୍କ ନାଁରେ ଅଭିଯୋଗ ହୋଇଛି। ଏପରିକି ପ୍ରଭାକର ଗୁରୁତର ଥିବାବେଳେ ଗାଁ ମଧ୍ୟକୁ ଆମ୍ବୁଲାନ୍ସ ଛାଡିନଥିଲେ। ଫଳରେ ଅଟୋ ସାହାଯ୍ୟରେ ପ୍ରଭାକରଙ୍କୁ ପ୍ରଥମେ ପୋଲସରା ମେଡ଼ିକାଲ ପରେ ଏମକେସିଜିକୁ ଆଣିବାବେଳେ ବାପାଙ୍କ ମୃତ୍ୟୁ ହୋଇଥିଲା ବୋଲି ପ୍ରଭାକରଙ୍କ ପୁଅ କହିଛନ୍ତି । ହତ୍ୟାକାଣ୍ଡ ପଛରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସଂପୃକ୍ତି ନେଇ ମୃତକଙ୍କ ପୁଅ ଅଭିଯୋଗ ଆଣିଛନ୍ତି।