ଅର୍ଗସ ବ୍ୟୁରୋ : ମଇଦାନରେ 15 ମନ୍ତ୍ରୀ 60 ବିଧାୟକ । ମୁଖ୍ୟ ଭୂମିକାରେ ନବ ଦାସ, ସୁଶାନ୍ତ ସିଂହ, ରାଜେନ୍ଦ୍ର ଢୋଲକିଆ, ଟୁକୁନୀ ସାହୁ, ରାଜା ସ୍ବାଇଁ, ରିତା ସାହୁ ପ୍ରମୁଖ। ଧାମନଗର ପ୍ରଚାରରୁ ଦୂରରେ ଥିବା ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବଦନାମ ମନ୍ତ୍ରୀ ସମୀର ଦାସଙ୍କୁ ବଡ଼ ଦାୟିତ୍ବ । ଲକ୍ଷାଧିକ ଶିକ୍ଷକ ରାଜଧାନୀ ରାଜରାସ୍ତାରେ ଅହୋରାତ୍ର ଧାରଣାରେ ବସିଲେ କିନ୍ତୁ ମନ୍ତ୍ରୀ ଛାଡ଼ିଲେନି ପ୍ରଚାର ମଇଦାନ । ବଜେଟ ହେଲା କିନ୍ତୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଜଗି ବସିଲେ ନିର୍ବାଚନ ମଣ୍ଡଳୀ । ଏଥର ବିଭିନ୍ନ କାରଣରୁ ବଦନାମ ପୂର୍ବତନ ମନ୍ତ୍ରୀଙ୍କ ସାଂଗଠନିକ ଦକ୍ଷତା ଉପରେ ବି ଭରସା କରିଛି ବିଜେଡି । ମାହାଙ୍ଗା ଡବଲ ମର୍ଡରର ଅଭିଯୁକ୍ତ ପ୍ରତାପ ଜେନା, ପରୂ ଅପହରଣ ଓ ହତ୍ୟାରେ ବିବାଦୀୟ ଅରୁଣ ସାହୁ, ମମିତା ମେହେର ହତ୍ୟାରେ ନିନ୍ଦିତ ଦିବ୍ୟ ଶଙ୍କର ମିଶ୍ର ଏବେ ବିଜେଡି ପ୍ରଚାରର ମୁଖ୍ୟ ସାରଥୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ପଞ୍ଚାୟତ ଗାଁ ବୁଲି ବୁଲି ବିଜେଡି କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି ଏହି ନେତାମାନେ ।
ଭୋଟରଙ୍କ ମୁହଁରେ ନୀତିଦିନର ସମସ୍ୟା। ପାଣି ଆଣିବାକୁ ଲମ୍ବା ଚାଲିବାକୁ ପଡୁଛି। ଧାନର ଏମଏସପି ମିଳୁନି ମଣ୍ଡିରେ ନାହିଁ ନଥିବା ସମସ୍ୟା । ବିଲକୁ ଆସୁନି ପାଣି। କେନ୍ଦୁପତ୍ର ତୋଳାଳିଙ୍କ ଦୁଃଖ ବୁଝୁଛି କିଏ । ପେଟ ମୁଠାଏ ପାଇଁ ଦାଦନ ଖଟିବାକୁ ଯାଉଛି ଭେଣ୍ଡି ପୁଅ ନାହିଁ କର୍ମ ସଂସ୍ଥାନର ବ୍ୟବସ୍ଥା। ଦଦଲ ଖାଇଦେଉଛି କୃଷି ବୀମା । ପଦମପୁରବାସୀ ଉଠାଉଛନ୍ତି ଏ ପ୍ରଶ୍ନ । ବିଜେଡିର ଭରସା ବିକାଶ ଉପରେ ନା ବିକାଶ ଠୁ ନବୀନଙ୍କ ଚେହେରା ଉପରେ ? ନବୀନଙ୍କ ନାଁ ଓ ତୃଣମୂଳ ସ୍ତରରେ ନିତିଦିନର କଷ୍ଟ। ଭେଟର କୁ କିଏ ବେଶୀ ଆକୃଷ୍ଟ କରୁଛି । ଗଣତି ସହ 8 ତାରିଖରେ ଜଣାପଡ଼ିବ ଧାମନଗରବାସୀଙ୍କ ମତ ।
ରାଜନୀତି ଖବର ଆହୁରି ପଢନ୍ତୁ ।