ତେବେ ପଦ୍ମପୁର ବାଇପୋଲରେ ବିଜେଡି ରାସ୍ତାରେ କଣ୍ଟା ସାଜିବ ଜିଲ୍ଲା ଦାବି ଓ ଚାଷୀ। ଇନପୁଟ ସବସିଡି ନମିଳିବା, ଫସଲ ବୀମା ପ୍ରଦାନରେ ବିଳମ୍ବ ସହ ଧାନ ବିକ୍ରି କ୍ଷେତ୍ରରେ ମଣ୍ଡି ସମସ୍ୟାକୁ ନେଇ ବରଗଡରେ ଦେଖା ଦେଇଛି ଚାଷୀ ଅସନ୍ତୋଷ ।
ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ପ୍ରାର୍ଥୀ

ଅର୍ଗସ ବ୍ୟୁରୋ: କମ୍ପୁଛି ପଦ୍ମପୁର । ଉପନିର୍ବାଚନ ନାମାଙ୍କନ ପାଇଁ ନାମାଙ୍କନ ଭରୁଛନ୍ତି ପ୍ରାର୍ଥୀ। ବିରାଟ ପଟୁଆରରେ ଆସି ନାମଙ୍କାନ ଭରୁଛନ୍ତି ପ୍ରାର୍ଥୀ। ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ନାମାଙ୍କନ ଦାଖଲ କରିଥିବା ବେଳେ ପରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିଭଳି ପରିବାର ଲୋକ ଏବଂ ଲୋକଙ୍କ ଆର୍ଶୀବାଦ ନେଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିଜ ନିଜ ରଣନୀତିରେ ପଦ୍ମପୁର ଭୋଟରଙ୍କ ଆସ୍ଥା ଭାଜନ ପାଇଁ ଲାଗିଛନ୍ତି ତିନି ଦଳ। ଡିସେମ୍ବର ୫ରେ ନିଜ ମନ ପସନ୍ଦର ବିଧାୟକ ବାଛିବେ ପଦ୍ମପୁରବାସୀ ।
Download Argus News App
