ଘର
ଓଡ଼ିଶା
ବ୍ରଜପାତ ରୋକିବ ତାଳ ଗଛ, ଆରମ୍ଭ ହୋଇଛି ସ୍ୱତନ୍ତ୍ର ପ୍ରୟାସ
ବ୍ରଜପାତ ରୋକିବ ତାଳ ଗଛ, ଆରମ୍ଭ ହୋଇଛି ସ୍ୱତନ୍ତ୍ର ପ୍ରୟାସ
by Banajyotshna Ray
Boudha
| Mon, Sep 02 | 3:37 p.m.
ଅର୍ଗସ ବ୍ୟୁରୋ: ବ୍ରଜପାତ ରୋକିବ ତାଳ ଗଛ l ଏଥିପାଇଁ ବୌଦ୍ଧ ବନ ବିଭାଗ ଆରମ୍ଭ କରିଛି ସ୍ବତନ୍ତ୍ର ପ୍ରୟାସ l ଜିଲ୍ଲାର ବିଭିନ୍ନ ରେଞ୍ଜ ଅଂଚଳରେ ଚାଲିଛି ତାଳ ଗଛ ରୋପଣ l ରାଜ୍ୟରେ ବଢୁଥିବା ବ୍ରଜପାତ ଜନିତ ମୃତ୍ୟୁ ସଂଖ୍ୟା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସାରା ରାଜ୍ୟରେ ତାଳ ଗଛ ରୋପଣ କରିବାକୁ ନିଷ୍ପତି ନେଇଥିଲେ l ସେହି କ୍ରମରେ ବୌଦ୍ଧ ଜିଲ୍ଲାର ପାଞ୍ଚ ଗୋଟି ରେଞ୍ଜ ଅଂଚଳରେ ବନ ବିଭାଗ 53 ହଜାର ତାଳଗଛ ରୋପଣ କରିବ l ଏଥିପାଇଁ ବର୍ତମାନ ମଞ୍ଜି ସଂଗ୍ରହ କରିବା ସହ କେତେକ ଅଂଚଳରେ ରୋପଣ ପ୍ରକ୍ରିୟା ଆରମ୍ଭ ହୋଇଛି l ସେହିପରି ନିଜ ବାଡ଼ିରେ ତାଳ ଗଛ ଥିଲେ ଜଙ୍ଗଲ ବିଭାଗର ବିନା ଅନୁମତିରେ ତାଳ ଗଛ କାଟି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ଦିନ ଥିଲା ଗ୍ରାମାଞ୍ଚଳରେ ଅନେକ ତାଳ ଗଛ ଥିଲା l ହେଲେ ଦିନକୁ ଦିନ ତାଳଗଛ ସଂଖ୍ୟା କମି କମି ଯିବାରୁ ବ୍ରଜପାତ ଜନିତ ମୃତ୍ୟୁ ସଂଖ୍ୟା ବଢିଛି l ବିଶେଷ କରି ଚାଷ ଜମିରେ କାମ କରୁଥିବା ଶ୍ରମିକମାନେ ଅଧିକ ମରୁଛନ୍ତି l ତାଳଗଛ ରହିଲେ ଏହି ମୃତ୍ୟୁ ସଂଖ୍ୟା କମିପାରିବ କହିବା ସହ ତାଳ ଗଛ ଲଗାଇବା ଉପରେ ବ୍ୟାପକ ସଚେତନତା ହେବା ଆବଶ୍ୟକ ବୋଲି କହିଛନ୍ତି ବୁଦ୍ଧିଜୀବୀ l ଅନ୍ୟପଟେ ଜିଲ୍ଲାର ବିଭିନ୍ନ ରେଞ୍ଜରେ ତାଳ ମଞ୍ଜି ସଂଗ୍ରହ କରି ରୋପଣ ପ୍ରକ୍ରିୟା ଶେଷ ପର୍ଯ୍ୟାରେ ବୋଲି ବୌଦ୍ଧ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ବଜ୍ରପାତ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି l
ଅଧିକ ପଢ଼ନ୍ତୁ ଓଡିଶା ଖବର: