ଅର୍ଗସ ବ୍ୟୁରୋ : ଚଳିତ ବର୍ଷ ପାରାଦୀପରେ ହେବ କଳିଙ୍ଗ ବାଲିଯାତ୍ରା ମହୋତ୍ସବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅଫିସର୍ସ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ଚରଣ ସେଠୀ, ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧୀରଙ୍କ ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନର କର୍ମକର୍ତାମାନେ ଯୋଗଦେଇଥିଲେ ।
ତେବେ ଦୁଇ ବର୍ଷ ଧରି ମହାମାରୀ କରୋନା ଯୋଗୁଁ ବନ୍ଦ ରହିଥି । ବାଲିଯାତ୍ରା କିଭଳି ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ଏ ନେଇ ପ୍ରସ୍ତୁତି ବୈଠକରେ ସମସ୍ତେ ନିଜ ନିଜର ମତ ରଖିଥିଲେ । ତେବେ ଟ୍ରାଫିକ ସମସ୍ୟା ସହିତ ଅସାମାଜିକ କାର୍ଯ୍ୟକୁ କିପରି ରୋକାଯାଇପାରିବ ଏବଂ ବାଲିଯାତ୍ରା ଷ୍ଟଲ ସଂଖ୍ୟା ବୃଦ୍ଧି ସହିତ ପଲିଥିନକୁ ସଂପୂର୍ଣ ବାରଣ କରାଯିବା ନେଇ ମଧ୍ୟ ଅତିଥି ମାନେ ନିଜ ନିଜର ମତାମତ ରଖିଥିଲେ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।