ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଅଜାଣତରେ ଶାସକ ଦଳର କର୍ମୀ ମାନଙ୍କୁ ଏହି ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇ ଟଙ୍କା ହଡପ କରାଯାଉଥିବା ଅଭିଯୋଗ ହେଉଛି। ଅଭିଯୋଗ କରି ଆଜି କିଛି ୱାର୍ଡ କାଉନସିଲର ଙ୍କ ସମେତ ସ୍ୱୟଂ ସହାୟିକା ଗ୍ରୁପର ମହିଳା ଓ ସାଧାରଣ ଲୋକମାନେ ପହଂଚି ପୌର କାର୍ଯ୍ୟାଳୟ ଆଗରେ ହୋହଲା କରି ମୁକ୍ତା କାର୍ଯ୍ୟାଳୟରେ ତାଲା ପକାଇଦେଇଥିଲେ। ଫଳରେ ଉତେଜନା ପରିସ୍ଥିତି ସୃଷ୍ଟି ହେଇଥିଲା। ଖବର ପାଇ ସ୍ଥାନୀୟ ପୋଲିସ ପହଂଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ବାଟବଣା ମୁକ୍ତା ଯୋଜନା

ଅର୍ଗସ ବ୍ୟୁରୋ:ବାଟବଣା ମୁକ୍ତା ଯୋଜନା। ଯାହାକୁ ନେଇ ତାତିଲେ ଲୋକେ। ଶାସକ ଦଳର ଏଜେଣ୍ଡା ସାଜି ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁକ୍ତା ଯୋଜନାର କାର୍ଯ୍ୟାଦେଶ ବାଣ୍ଟୁଥିବା କେତେକ ୱାର୍ଡ କାଉନସିଲର ଅଭିଯୋଗ ଆଣିଛନ୍ତି। ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ପୌରପାଳିକାର ବିଭିନ ୱାର୍ଡର ମହିଳା ମାନେ ମୁକ୍ତା ଯୋଜନାରେ ପ୍ରକଳ୍ପ ନିର୍ମାଣ କରିବେ। ଆଉ ଏହାର ଲାଭାଂଶ ରେ ବିଭିନ୍ନ ବ୍ୟବସାୟ କରି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଆତ୍ମ ନିର୍ଭରଶୀଳ ହେବେ। ହେବେ ସରକାରୀ ଅଧିକାରୀ ମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ଲକ୍ଷ ଠାରୁ ଦୂରେଇ ଯାଉଛି ସରକାରଙ୍କ ମୁକ୍ତା ଯୋଜନା।
Download Argus News App
