ଅଧିକ ଖବର ପଢ଼ନ୍ତୁ: ବର୍ଷା ପବନରେ ଉପୁଡିଲା ପୁରୁଣା ଗଛ
ଗତ ଦୁଇ ଦିନ ଧରି ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ପାଠପଢ଼ା ବନ୍ଦ ରହିଥିବା ବେଳେ ସେହି ପାଣିରେ ଅଙ୍ଗନଓ୍ବାଡ଼ି କର୍ମୀ ପଡ଼ି ଆହତ ହୋଇଛନ୍ତି ଏବଂ ଆଜି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ହେବାକୁ ଥିବା ପଲ୍ଲୀରେ ପ୍ରଶାସନ ନିକଟସ୍ଥ କହ୍ନେଇଲାଲ ମଠକୁ ସ୍ଥାନାନ୍ତରିତ କରାଯାଇଛି। ଏହା ଦୀର୍ଘ ଦିନ ଧରି ଅଞ୍ଚଳବାସୀଙ୍କ ଦାବି ହୋଇଥିଲା ବେଳେ ସରକାର ଅଣଦେଖା କରୁଥିବା ନେଇ ସାଧାରଣ ଲୋକଙ୍କ ସହିତ ୫୦ରୁ ଉର୍ଦ୍ଧ୍ବ ପରିବାର ଦୀର୍ଘ ଦିନ ଧରି ହନ୍ତସନ୍ତ ହେଉଛନ୍ତି। ଜଳବନ୍ଦୀ ଖବର ପାଇ ବିଡ଼ିଓ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ ସେମାନେ ଆସି ପମ୍ପ ସାହାଯ୍ୟରେ ପାଣି ନିଷ୍କାସନ ଆରମ୍ଭ କରିଛନ୍ତି।