ଶାସନ ବନାମ ସ୍ନେହ । ନବୀନଙ୍କ ପରିବାର ପ୍ରହସନ ବନାମ ଧର୍ମେନ୍ଦ୍ରଙ୍କ ମନ ଛୁଆଁ ଆକୁଣ୍ଠିତ ସ୍ନେହ... ଜଣେ ସମ୍ଭ୍ରାନ୍ତ ଶାସକ ବନାମ ଆମ ବଡ଼ ଭାଇ ବା ଆମ ଲୋକ, ଆମ ଓଡ଼ିଆ ସଂସ୍କୃତି ଆମର ଜୀବନଶୈଳୀକୁ ବହୁ ମାତ୍ରାରେ ପ୍ରଭାବିତ କରେ । ଅହଂକାରୀ ନୁହେଁ ଆମକୁ ନମ୍ର ହେବାକୁ କହେ, ଅନ୍ୟକୁ କଷ୍ଟ ଦେବା ବଦଳରେ ସାହାଯ୍ୟ କରିବାକୁ ପ୍ରେରଣା ଦିଏ, ସ୍ନେହ ଓ ଶ୍ରଦ୍ଧାକୁ ଆଧାର କରି ଆଗକୁ ବଢିବାକୁ ପ୍ରେରଣା ଦିଏ। ଆମ ଭାଷା, ଅସ୍ମିତା ଓ ସ୍ୱାଭିମାନ ଆମର ପରିଚୟ । ଯାହାକୁ ଭଲ ଭାବରେ ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ବୁଝିଛନ୍ତି ତାହା ନୁହେଁ ବରଂ ଓଡ଼ିଆଙ୍କ ପାଇଁ ସେ ସବୁବେଳେ ଚିନ୍ତିତ, ବ୍ୟଥିତ ଓ କାର୍ଯ୍ୟରତ । ଆଉ ଏ ଫଟୋ ହିଁ ସେ ସବୁ ବୟାନ କରୁଛି ।
ଦର୍ଶକବନ୍ଧୁ ଆମେ ଆପଣଙ୍କୁ କିଛି ଫଟୋ ଦେଖାଉଛୁ...ଭଲରେ ଦେଖନ୍ତୁ, ଆଉ ଅନୁମାନ କରନ୍ତୁ...କିଏ କେତେ ଅସ୍ମିତାକୁ ଜାବୁଡ଼ି ଧରିଛି ।
ମହିମା ଧର୍ମର ପୀଠସ୍ଥଳୀ ଯୋରନ୍ଦା ମହିମାଗାଦିରେ ବିଶ୍ୱ ପ୍ରସିଦ୍ଧ ମାଘମେଳାରେ ସାମିଲ ହେବା ସହ ଶୂନ୍ୟବ୍ରହ୍ମଙ୍କ ପାଖରେ ନିଜକୁ ସମର୍ପିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହିମା ଗୋସାଇଁଙ୍କ କରୁଣା ଏବଂ ପୂଜ୍ୟ ସାଧୁବୃନ୍ଦଙ୍କ ଆଶୀର୍ବାଦ ନେଉଛନ୍ତି କେନ୍ଦ୍ରମନ୍ତ୍ରୀ । ଆଉ ଆରଫଟୋରେ ଆମେ କିଛି କହିବୁନି..ଆପଣ ହିଁ ବୁଝି ଯାଆନ୍ତୁ...
25 ବର୍ଷ ଗୋଟିଏ ରାଜ୍ୟକୁ ଶାସନ କରିଛନ୍ତି । ଓଡିଆ ଅସ୍ମିତାକୁ ନେଇ ବହୁତ କିଛି କରିବା ନେଇ ବାରମ୍ବାର ଦାବି ମଧ୍ୟ କରୁଛନ୍ତି । 25 ବର୍ଷ ଶାସନ ପରେ ବି ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନକୁ ପୁରା କରିବାକୁ ଆହୁରି 5 ବର୍ଷ ସମୟ ମଧ୍ୟ ମାଗୁଛନ୍ତି । ହେଲେ ଓଡିଆଙ୍କ ପାଇଁ କାମ କରିବାକୁ ଏମିତି ଦକ୍ଷିଣୀ ଷ୍ଟାଇଲ୍ ରେ ଲୁଙ୍ଗି ପିନ୍ଧି ଯୋଡି ଶଙ୍ଖରେ ଭୋଟ୍ ଦେବାକୁ ଅପିଲ୍ କରିବା ଅର୍ଥ କ'ଣ । ବିଶେଷ ଅବସର ତଥା ସର୍ବସାଧାରଣ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆମାନେ ସାଧାରଣତଃ ଲୁଙ୍ଗି ପିନ୍ଧନ୍ତି ନାହିଁ । ହେଲେ ବିଜେଡି ନେତା ବିଜେଡିର ମୁଖିଆ କଣ ଦର୍ଶାଇବାକୁ ଚାହୁଁଛନ୍ତି ।
ବାହାଘର ବ୍ରତଘର, ଦେବଦର୍ଶନ, ଶୁଭ କାର୍ଯ୍ୟ ଆଦି ସମୟରେ ଓଡ଼ିଆଙ୍କ ପରିଚୟ ବନେ ଧୋତି । ଯେଉଁ ବେଶ ପୋଷାକରେ ନିର୍ବାଚନୀ ରାଲିରେ ବି ନଜର ଆସୁଛନ୍ତି ଧର୍ମେନ୍ଦ୍ର । ପ୍ରକୃତରେ ଓଡିଆ ଅସ୍ମିତା କଥା କିଏ ଭାବୁଛି ଆପଣ ବୁଝି ପାରୁଥିବେ ।
ଲୋକଙ୍କ ନେତା ଧର୍ମେନ୍ଦ୍ର ପ୍ରଧାନ । ଲୋକଙ୍କଠୁ ନବୀନ ସବୁବେଳେ ଦୂରତା ବଜାୟ ରଖନ୍ତି କିନ୍ତୁ ଲୋକଙ୍କ ଭିତରେ ରହି କାମ କରିବାକୁ ଭଲ ପାଆନ୍ତି ଧର୍ମେନ୍ଦ୍ର । ଓଡ଼ିଆ ପୁଅ ଭାବେ ଓଡ଼ିଆ ଭାଇ ଭାବେ ଓଡ଼ିଆ ଲୋକଙ୍କ କାନ୍ଧରେ କାନ୍ଧ ମିଶାଇ ଆଗକୁ ଯିବାକୁ ପସନ୍ଦ କରନ୍ତି ଧର୍ମେନ୍ଦ୍ର ।
ଯାହା ଏହି ଦୁଇ ଦୃଶ୍ୟ ବୟାନ କରୁଛନ୍ତି । ଡ୍ରାଇଭର ସଂଘ ସହ ମୁଖ୍ୟମନ୍ତ୍ରୀ କିପରି ଆଲୋଚନା କରୁଛନ୍ତି ଆଉ କେନ୍ଦ୍ରମନ୍ତ୍ରୀ କିପରି ଆଲୋଚନା କରୁଛନ୍ତି ।
ଆମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାର ବଡ ବଡିଆଙ୍କ ପାଇଁ ଖୋଲା ଥାଏ । ସେ ତାଙ୍କ ସହ କଥା ହୁଅନ୍ତି । ତାଙ୍କ ସହ ସେଲଫି ବି ଉଠାନ୍ତି । ହେଲେ ଗରିବ, ଦଳିତ, ଆନ୍ଦୋଳନକାରୀ ତାଙ୍କର କେବେ ବି ପସନ୍ଦ ନୁହେଁ । କିଏ ଅଭିଯୋଗ କରିବାକୁ ଗଲେ ତାକୁ ଦୂରରୁ ହିଁ ଭଗେଇ ଦିଆଯାଏ । ଲାଠି ଚାର୍ଜ ହୁଏ, ବଳ ପୂର୍ବକ ସେଠାରୁ ଯିବାକୁ କୁହାଯାଏ ।
ଏପରିକି ଏହି ଦୌଡରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲାଯାଉଥିବା ଗଣମାଧ୍ୟମ ବି ସାମିଲ୍ । ଦେଖନ୍ତୁ କିପରି ଜଣେ ନେତାଙ୍କ ପାଇଁ ମୋଟା ଦଉଡିରେ ଗଣମାଧ୍ୟମକୁ ଅଟକାଯାଇଛି ।
ଆଉ ଜଣେ ନେତା ଗଣମାଧ୍ୟମ ପ୍ରତିନିଧିଙ୍କୁ ପାଖରେ ବସାଇ ଶାନ୍ତିପୂର୍ବକ ଆଲୋଚନା କରୁଛନ୍ତି ।
ତେବେ ଦର୍ଶକବନ୍ଧୁ ଓଡିଆ ଅସ୍ମିତା କଥା ପ୍ରକୃତରେ କିଏ ଭାବୁଛି ଆପଣ ବୁଝି ପାରୁଥିବେ ।