ଘଟଣାକୁ ନେଇ ପିହୁର ମା ମୋନାଲିସା ନାୟକ କ୍ଷୋଭ ପ୍ରକାଶ କରିଛନ୍ତି।ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସୁନ୍ଦରପୁର ଗ୍ରାମର ଦେଢ଼ବର୍ଷର ଶିଶୁକନ୍ୟା ୨୦୨୦ ଅଗଷ୍ଟ ୯ ତାରିଖ ଘର ସାମ୍ନାରେ ଖେଳୁଥିବାବେଳେ କେହି ଦୁର୍ବୃତ୍ତ ତାକୁ ଉଠାଇ ନେଇଥିଲା। ଏ ସଂପର୍କରେ ମୋନାଲିସା ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ। ବିଂଝାରପୁର ପୁଲିସ କେବଳ ୨୨୮/୨୦ ରେ ଏକ ଅପହରଣ ମାମଲା ରୁଜୁକରି ଚୁପ୍ ବସିଯାଇଥିଲା।
ବିଭିନ୍ନ ସଂଗଠନ ପକ୍ଷରୁ ପୁଲିସ ଉପରେ ଚାପ ପଡ଼ିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଝିଅକୁ ପାଇବା ପାଇଁ ମୋନାଲିସା ଏସପିଙ୍କଠାରୁ ଜିଲ୍ଲାପାଳ, ରାଜ୍ୟ ପୁଲିସ ମୁଖ୍ୟାଳୟ, ରାଜ୍ୟ ମହିଳା ଆୟୋଗଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ପାଇନଥିବା ସେ କହିଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।