ବ୍ରହ୍ମଗିରି ତହସିଲଦାର ଅର୍ଥାତ୍ ମଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ରହ୍ମଗିରି ପୋଲିସ୍ ରେଡ୍ କରିଛି । ମୁତୟନ ହୋଇଛନ୍ତି ଏକ ପ୍ଲାଟୁନ୍ ପୋଲିସ୍ ଫୋର୍ସ । ଉପସ୍ଥିତ ରହିଛନ୍ତି ସଦର ଏସଡିପିଓ ଓ ବ୍ରହ୍ମଗିରି ଥାନା ଅଧିକାରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପୋଲିସର ବଡଧରଣର ଚଢ଼ାଉ । ଗଞ୍ଜେଇ ମାଫିଆ ବିଜୟ ପାଣିକୁ ଗିରଫ ପରେ ତା ଘରେ ପୋଲିସର ଛାନଭିନ୍ ଜାରି ରହିଛି। ବିଜୟ ପାଣିର କେତେ ସମ୍ପତ୍ତି ତାର ଆକଳନ ଚାଲିଛି ।
ବ୍ରହ୍ମଗିରି ତହସିଲଦାର ଅର୍ଥାତ୍ ମଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ରହ୍ମଗିରି ପୋଲିସ୍ ରେଡ୍ କରିଛି । ମୁତୟନ ହୋଇଛନ୍ତି ଏକ ପ୍ଲାଟୁନ୍ ପୋଲିସ୍ ଫୋର୍ସ । ଉପସ୍ଥିତ ରହିଛନ୍ତି ସଦର ଏସଡିପିଓ ଓ ବ୍ରହ୍ମଗିରି ଥାନା ଅଧିକାରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ମାହାଙ୍ଗା କୂଆଁପାଳର ଏ ଦୃଶ୍ୟ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ନ୍ୟାୟ ପାଇଁ ଲଡେଇ ପରିବାରର ସଦସ୍ୟ ଦିଲୀପ ସାହୁ ଓ ସ୍ଥାନୀୟ ବାସିନ୍ଦା ରାମଚନ୍ଦ୍ର ବେହେରାଙ୍କୁ ଗୋଡାଇ ଗୋଡାଇ ପିଟିଲେ ପ୍ରତାପ ଜେନାଙ୍କ ଗୁଣ୍ଡା, ତାହା ପୁଣି ପୋଲିସ ଉପସ୍ଥିତିରେ। ଭିଜୁଆଲରେ ଜଳ ଜଳ ହୋଇ ଦିଶୁଛି କିଭଳି ମାଡ ମାରୁଛନ୍ତି ରାମଚନ୍ଦ୍ରଙ୍କୁ। ପ୍ରଶ୍ନ କେତେବେଳେ କାହାକୁ ଅସଦାଚରଣ କଲେ 64 ବର୍ଷର ରାମଚନ୍ଦ୍ର, କେତେବେଳେ ଡକାୟତି କଲେ ଆଉ କେତେବେଳେ କାହାକୁ ହତ୍ୟା ଉଦ୍ୟମ କଲେ, ପ୍ରତାପ ଜେନା ଇସାରାରେ ତାଙ୍କ ନାଁରେ ପୋଲିସ ମିଛ ମାମଲା ରୁଜ୍ଜୁ କରିଥିବା ଅ ଭିଯୋଗ କରିଛନ୍ତି ରାମଚନ୍ଦ୍ର ।
ମାହାଙ୍ଗା ଡବଲ ମର୍ଡର କେସରେ ସନ୍ଦେହ ଘେରରେ ମାହାଙ୍ଗା ପୋଲିସ । ଡବଲ ମର୍ଡର ଅଭିଯୁକ୍ତ କାବୁଆ ସହିତ ପ୍ରତାପ ଜେନା କଥା ହେଉଥିବା ସିଡିଆର ରିପୋର୍ଟ ଥିଲା ପୋଲିସ ପାଖରେ। ହେଲେ ପ୍ରତାପଙ୍କୁ କ୍ଲିନଚିଟ୍ ଦେଇଥିଲା ପୋଲିସ। ଯାହାକୁ ନେଇ ବର୍ତ୍ତମାନର ସାଲେପୁର ଏସଡିପିଓ ତଥା ସେତେବେଳେର ତଦନ୍ତକାରୀ ଅଧିକାରୀ ବିମଳ ବାରିକ ବିବାଦରେ। କାହା ନିର୍ଦ୍ଦଶରେ ପ୍ରତାପଙ୍କୁ କ୍ଲିନଚିଟ୍ ଦେଇଥିଲେ ବିମଳ, କାହିଁକି ବିମଳଙ୍କ ବିରୋଧରେ ହେବନାହିଁ ଆକସନ୍ । ସେପଟେ କୋର୍ଟ ପ୍ରତାପ ଜେନାଙ୍କ ବିରୋଧରେ ଦପା 302 ଲଗାଇଲା ପରେ ବି ଚୁପ୍ ବିଜେଡି। କାହିଁକି ଦଳରୁ ବିଦା ହେଉନାହାନ୍ତି ପ୍ରତାପ ଜେନା ।
ଆହୁରି ପଢନ୍ତୁ ଓଡିଶା ଖବର...