ଖାଉଟିଙ୍କ ଉପରେ ମହଙ୍ଗା ମାଡ । ପିଆଜ ପରେ କନ୍ଦାଇଲାଣି ଆଳୁ । ହୁ ହୁ ହୋଇ ବଢିଚାଲିଛି ରେଟ । ତିନି ଦିନରେ 10 ଟଙ୍କା ବଢିଲାଣି ଆଳୁ ରେଟ୍ । ଆଳୁ ପିଆଜ ପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ରେଟ ବଢିବା ପରେ ଖାଉଟି ହନ୍ତସନ୍ତ । ଏବେ ଆଳୁ କିଲ 40ରୁ 45 ଟଙ୍କା ଛୁଇଁଛି । ବଢା ଦରରେ ଆଳୁ କିଣୁଥିବାରୁ ଅଧିକା ରେଟରେ ବିକ୍ରି କରୁଛୁ ବୋଲି କହିଛନ୍ତି ବ୍ୟବସାୟୀ । ଆଳୁର ଅଭାବ ମେଣ୍ଟାଇବା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରିଥାଏ । ବିଶେଷ କରି ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡରୁ ଆଳୁ ଆମଦାନୀ ହୋଇଥାଏ । କିନ୍ତୁ ବନ୍ୟା ଯୋଗୁ ବିହାର, ଝାଡଖଣ୍ଡରେ ଆଳୁ ଚାଷ ନଷ୍ଟ ହୋଇଛି । ଆମଦାନୀ ହେଉନଥିବାରୁ ରାଜ୍ୟକୁ ଆବଶ୍ୟକତାଠାରୁ କମ୍ ଆଳୁ ଆସୁଛି । ଫଳରେ ଗଚ୍ଛିତ ଥିବା ଆଳୁକୁ ଅଧିକା ରେଟରେ ବିକ୍ରି କରୁଛନ୍ତି ଦୋକାନୀ । ଏଭଳି ରେଟ ଆହୁରି ମାସେ ଯାଏଁ ରହିବ ବୋଲି ବ୍ୟବସାୟୀ ସଂଘ ସମ୍ପାଦକ କହିଛନ୍ତି ।
ଖାଉଟିଙ୍କ ଉପରେ ମହଙ୍ଗା ମାଡ, ପିଆଜ ପରେ କନ୍ଦାଇଲାଣି ଆଳୁ
କଟକ : ପିଆଜ ପରେ ଏବେ ଆଳୁ ଦର ଆକାଶଛୁଆଁ। ତିନି ଦିନରେ ଦଶ ଟଙ୍କା ବଢିଛି ରେଟ୍ । ଏବେ କିଲୋ ପିଛା ଆଳୁ 40ରୁ 45 ଟଙ୍କାରେ ବିକ୍ରି ହେଉଥିବା ବେଳେ ଗରିବଙ୍କ ପେଟରେ ବାଜିଛି ମହଙ୍ଗା ମାଡ । ପର୍ଯ୍ୟାପ୍ତ ପରିମାଣର ଆଳୁ ଆସୁନଥିବାରୁ ଏବେ ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି କହିଛନ୍ତି ବ୍ୟବସାୟୀ ।
Download Argus News App
