ଟ୍ଵିଟ କରି ସେ କହିଛନ୍ତି ଯେ, ସହକର୍ମୀ ତଥା ସାଥୀ ଓଡିଆ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ଵେଶର ଟୁଡୁ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ଶପଥ ଗ୍ରହଣ କରିଥିବାରୁ ମୁଁ ଅଭିନନ୍ଦନ ଜଣାଉଛି। ଓଡିଶା ଏବଂ ଏହାର ଜନସାଧାରଣଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ।
କେନ୍ଦ୍ର ମନ୍ତ୍ରୀ ପରିଷଦ ତଥା ପ୍ରମୁଖ ସରକାରୀ ପୋର୍ଟଫୋଲିଓରେ ଓଡିଶାର ଶକ୍ତିଶାଳୀ ପ୍ରତିନିଧିତ୍ଵର ଧାରାକୁ ବଜାୟ ରଖିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ମୁଁ କୃତଜ୍ଞ। ଏହା ଜାତୀୟ ପ୍ଲାଟଫର୍ମରେ ଓଡ଼ିଶାର ସ୍ୱରକୁ ଆହୁରି ଦୃଢ କରିବ।