କହିଲେ ରାଜ୍ୟରେ ଟିକେଟ ଦେବାର ଦାୟିତ୍ୱ ପିସିସି ସଭାପତିଙ୍କର। `ପୁରୀ ଜିଲ୍ଲାରେ ଜିଲ୍ଲା କଂଗ୍ରେସ କମିଟି ନାହିଁ'। ରାଜନୀତିରେ ଥିଲି, ରାଜନୀତିରେ ଅଛି ଏବଂ ରହିବି । 2019 ସାଧାରଣ ନିର୍ବାଚନରେ, ସତ୍ୟବାଦୀରୁ ଶୋଚନୀୟ ପରାଜୟ ହୋଇଥିଲି।
2019 ନିର୍ବାଚନ ଲଢିବିନାହିଁ ବୋଲି କହିଥିଲି, ବାଧ୍ୟହୋଇ ଲଢିଥିଲି। ମୋର ଇଚ୍ଛା ନଥିଲା। ମୁଁ ସାଧାରଣ ମଧ୍ୟବିତ ଚାଷୀ ପରିବାରରୁ ଆସିଛି। ମୋର ଖଣି ଖାଦାନ କି ଖବରକାଗଜ ଭଳି ପ୍ରତିଷ୍ଠାନ ନାହିଁ। ଲୋକ ମତ ଗଣତନ୍ତ୍ରରେ ମହତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ। କଂଗ୍ରେସ ଛାଡିବାକୁ ନେଇ ଅନେକ ପଚାରିଥିଲେ, ଅପେକ୍ଷା କରିବାକୁ କହିଥିଲି। ଅନ୍ୟ ଦଳକୁ ଯିବା ନେଇ ଯେଉଁ ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା । ତେବେ ପ୍ରସାଦ ହରିଚନ୍ଦନ ଆଗାମୀ ନିର୍ବାଚନ ଲଢ଼ୁଛନ୍ତି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।