ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନ୍ୟପକ୍ଷରେ ରାଜ୍ୟର ବିଜେଡି ସରକାରର ଓବିସିମାରଣ ନୀତିର ଶିକାର ହୋଇ ବହୁ ଛାତ୍ରଛାତ୍ରୀ ଏବଂ ଯୁବକଯୁବତୀ ହତାଶ୍ ହୋଇପଡିଛନ୍ତି । ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ସଂରକ୍ଷଣ ନଦେବା ଫଳରେ ବିଜେଡି ସରକାରର ଗତ ୨୩ବର୍ଷ ଶାସନ ଭିତରେ ପ୍ରାୟ ୨୩ଲକ୍ଷ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାରୁ ବଂଚିତ ହୋଇଛନ୍ତି । ବାସ୍ତବରେ ରାଜ୍ୟ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପରାମର୍ଶଦାତାମାନେ ଓବିସି ବର୍ଗଙ୍କୁ ଘୃଣା କରନ୍ତି । ରାଜ୍ୟ ସରକାର ରାଜ୍ୟର ସଂଖ୍ୟାଧିକ ପଛୁଆ ବର୍ଗଙ୍କୁ ଯେଉଁ ଭାବେ ଉପେକ୍ଷା କରୁଛନ୍ତି ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ।
ମୋଦି ସରକାରଙ୍କ ଗତ ୯ ବର୍ଷର ବିଭିନ୍ନ ଜନକଲ୍ୟାଣକାରୀର ସଫଳତା ଓ ଉପଲବ୍ଧତାକୁ ପ୍ରସଙ୍ଗ କରି ଓବିସି ମୋର୍ଚ୍ଚା ତରଫରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମହା ଜନସଂପର୍କ ଅଭିଯାନରେ ବ୍ୟାପକ ଜନଜାଗରଣ କରାଯିବ । ସେହିପରି ମୋର୍ଚ୍ଚା ତରଫରୁ ଆରମ୍ଭ ହୋଇଥିବା ଗାଁ ଗାଁ ଚାଲ, ଘର ଘର ଚାଲ ଅଭିଯାନ ଜରିଆରେ ବିଜେଡି ସରକାରର ଓବିସିମାରଣ ନୀତି ବିରୋଧରେ ମଧ୍ୟ ଜନଜାଗରଣ କରାଯିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ଓବିସି ସର୍ଭେ କେବଳ ଏକ ଧୁଆଁବାଣ । ଏହି ସର୍ଭେର କୌଣସି ପ୍ରାସଙ୍ଗିକତା ନାହିଁ । ଏହି ସର୍ଭେର ଉଦ୍ଦେଶ୍ୟ କ’ଣ ଥିଲା ବୋଲି ପ୍ରଶ୍ନ କରିବା ସହିତ ରାଜ୍ୟ ସରକାର ନାମଲେଖାରେ ଓବିସି ବର୍ଗ ଛାତ୍ରଛାତ୍ରୀଙ୍କୁ ଚଳିତ ଶିକ୍ଷାବର୍ଷରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାନ୍ତୁ ବୋଲି ଶ୍ରୀ ବିଶ୍ୱାଳ ଦାବୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍, ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ବିବେକାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।