ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ପୁରୀ ଜେଲରେ ଅଘଟଣ

ପୁରୀ: ପୁରୀ ଜେଲରେ ଅଘଟଣ । ପାଇଖାନାରୁ କଏଦୀଙ୍କ ମୃତଦେହ ଉଦ୍ଧାର । ମୃତ କଏଦୀ ହେଉଛନ୍ତି ପୁରୀ ସତ୍ୟବାଦୀ ବ୍ଲକ୍ ବିଶ୍ୱନାଥପୁରର ଶିବ ଭୋଇ । 2022 ଜାନୁଆରୀ 8 ତାରିଖରେ ପୋକ୍ସୋ ଆକ୍ଟରେ ଜେଲ୍ ଯାଇଥିଲେ ମୃତକ ଶିବ । କଏଦୀ ଜଣକ ଦୀର୍ଘଦିନ ହେବ ସ୍ପାଇନାଲ୍ ରୋଗରେ ଆକ୍ରାନ୍ତ ଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ରହିଥିବାବେଳେ ଏହା ହତ୍ୟା, ନା ଆତ୍ମହତ୍ୟା ନା କୌଣସି ରୋଗରେ ପୀଡିତ ହୋଇ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି ।
Download Argus News App
