ଅଭିଯୋଗ ଅନୁଯାୟୀ ଗ୍ରାମସଭାରେ ସରକାରୀ ନିୟମକୁ ଉଲଂଘନ କରାଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପୂର୍ବରୁ ମଧ୍ୟ ଗ୍ରାମସଭାରେ ନିୟମକୁ ଉଲଂଘନ କରାଯାଇ ହୋଇଥିବା ଗ୍ରାମସଭାକୁ ଲୋକେ ବିରୋଧ କରିବାସହ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କାର୍ଯ୍ୟନିର୍ବାହୀ ଅଧିକାରୀ ସରପଞ୍ଚ ଓ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି ।
ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଅର୍ଗସ ବ୍ୟୁରୋ : ଗ୍ରାମସଭାରେ ସରକାରୀ ନିୟମକୁ ଉଲଂଘନ ଅଭିଯୋଗ । ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ । ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତରେ ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି । ଯାହାକୁ ନେଇ ଜନ ଅସନ୍ତୋଷ ବଢ଼ିଛି । ଆୟୋଜନ ହେବାକୁ ଥିବା ଗ୍ରାମସଭାରେ ଲୋକେ ମାନେ ତାଲା ପକାଇ ବା ସହ ଧାରଣାରେ ବସିଛନ୍ତି ।
Download Argus News App
