ସେପଟେ ସର୍ବେକ୍ଷଣ ରିପୋର୍ଟ ମୁତାବକ, ପୁରୀ ଜିଲ୍ଲାର ଗୋପ ରାମଚଣ୍ଡୀରେ ୬.୨୮ ମିଟର । କାକଟପୁରରେ ୪.୯୪ ମିଟର । କାକଟପୁର ବ୍ଲକ ଯୋଗେଶ୍ୱରପୁରେ ୪.୬୫ ମିଟର । ଡେଲାଙ୍ଗ ରାମଚନ୍ଦ୍ରପୁରରେ ୪.୬ ମିଟର । ନିମାପଡା ଚାରିଛକରେ ୪.୪ ମିଟର । ନିମାପଡାରେ ୪.୩୫ ମିଟର । ହରିପୁରରେ ୪.୩୫ ମିଟର । ଚନ୍ଦନପୁରରେ ୪.୨୯ ମିଟର । ଦାଣ୍ଡମକୁନ୍ଦପୁରରେ ୪.୧୫ ମିଟର । ଅସ୍ତରଙ୍ଗରେ ୩.୮ ମିଟର । ସତ୍ୟବାଦୀ ସାକ୍ଷୀଗୋପାଳରେ ୩.୦୫ ମିଟର ତଳକୁ ଭୂତଳ ଜଳସ୍ତର ଖସିବାରେ ଲାଗିଛି ।
ସେପଟେ, ପୁରୀ ସହରରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୭୩ ମିଟର ତଳେ ରହିଥିବା ବେଳେ ୨୦୨୧ ମସିହାରେ ଏହା ୨.୨୬ ମିଟର ତଳକୁ ହ୍ରାସ ପାଇଛି । ସେପଟେ ସହରର ବିଭିନ୍ନ ଜାଗା ଆଖଡାରେ ଥିବା ପୁଷ୍କରିଣୀ ମାନଙ୍କର ଅବସ୍ଥା ସଙ୍ଗୀନ୍ ହୋଇଥିବା ବେଳେ ଜଗନ୍ନାଥ ବଲ୍ଲଭ ମଠରେ ଥିବା ପ୍ରାୟ ତିନୋଟି ପୋଖରି ମଧ୍ୟ ଦଳରେ ଭର୍ତ୍ତି ହୋଇ ପୋତି ହୋଇଗଲାଣା । ଯାହାକୁ ନେଇ ଆଗାମୀ ଦିନରେ ସହରରେ ଜଳସଙ୍କଟ ସମସ୍ୟା ଦେଖାଯିବା ସହ ଶ୍ରୀମନ୍ଦିରରେ ମହାପ୍ରସାଦ ଉପରେ ବଡଧରଣର ପ୍ରଭାବ ପଡିପାରେ ବୋଲି ଆଶଙ୍କା କରଛନ୍ତି ବରିଷ୍ଠ ସେବାୟତ ।
ସେପଟେ ଭୂତଳ ଜଳସ୍ତରକୁ ସଂରକ୍ଷଣ କରିବାକୁ ହେଲେ ବର୍ଷାଜଳ ସଂରକ୍ଷଣ ଏକମାତ୍ର ବିକଳ୍ପ । ତେବେ ଜିଲ୍ଲାରେ ବ୍ୟାପକ ମାତ୍ରାରେ ବର୍ଷାଜଳ ସଂରକ୍ଷଣ ଠିକ୍ ଭାବରେ ହୋଇ ପାରୁନଥିବା ବେଳେ ପୁରୀ ସହରର ତାଳବଣିଆ ନିକଟରେ ଥିବା ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ ମଧ୍ୟ ଫେଲ୍ ମାରିଛି । ପୁରୀ ସହର ଓ ଜିଲ୍ଲାରେ ଜଳ ସଙ୍କଟ ଦିନକୁଦିନ ଉଦବେଗଜନକ ହେଉଥିବା ବେଳେ, କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ ଏହି ରିପୋର୍ଟ ପ୍ରଶାସନ ଓ ସରକାରଙ୍କ ପାଇଁ ବଡ ଆହ୍ୱାନ ଭାବରେ ଉଭା ହୋଇଛି ।