ପୁରୀ : ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନଯାତ୍ରା । 108 ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ। ଦେବସ୍ନାନ ପୂର୍ଣ୍ଣିମା ପାଇଁ ରାତି 1ଟାରୁ ଆରମ୍ଭ ହେବ ମଙ୍ଗଳାର୍ପଣ । 4ଟା 30ରେ ମଙ୍ଗଳ ଆଳତି, 4ଟା 40ରେ ମଇଲମ, ସକାଳ 5ଟାରେ ତଡ଼ପ ଲାଗି, 6ଟାରେ ଅବକାଶ ନୀତି ହେବ । ସେହିପରି 7ଟା 30ରୁ 9ଟା 30 ଯାଏଁ ଜଳ ବିଜେ, ପୂଜା, ସ୍ନାନ ନୀତି କାନ୍ତି ହେବ। ଦିନ 10ଟା 30ରେ ଛେରା ପହଁରା, ଦିନ 11ଟାରୁ 12ଟା ଶ୍ରୀଜିଉଙ୍କ ହାତୀ ବେଶ ହେବ । ତେବେ ଚଳିତ ବର୍ଷ ବନ୍ଦ ରହିବ ଶ୍ରୀଜିଉଙ୍କ ସାହାଣମେଲା ନୀତି । ସନ୍ଧ୍ୟା 5ଟାରୁ 8ଟା ବହୁଡ଼ା ପହଣ୍ଡି ହେବ।
ଆଜି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜାରି ହେବ 144 ଧାରା । ଆଜି ରାତ୍ରି 10ଟାରୁ ଜୁନ 6 ଅପରାହ୍ନ 2ଟା ଯାଏଁ ବଳବତ୍ତର ରହିବ । ତେବେ ଏଥର କିନ୍ତୁ ଭକ୍ତମାନେ ଶ୍ରୀମନ୍ଦିର ସାମ୍ନାରେ ଛିଡ଼ା ହୋଇ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦେଖିପାରିବେ ନାହିଁ । ଭକ୍ତଶୂନ୍ୟ ହେବ ପୁରୀ ବଡଦାଣ୍ଡ। ଲୋକଙ୍କୁ ସ୍ନାନଯାତ୍ରା ଦେଖିବାକୁ ହେଲେ ଟିଭି ପରାଦାରେ ଏହାକୁ ଉପଭୋଗ କରିପାରିବେ ଭକ୍ତ । ଚଳିତବର୍ଷ ଶ୍ରୀଜିଉଙ୍କ ସ୍ନାନଯାତ୍ରାର ସିଧାପ୍ରସାରଣ କରିବ ଦୂରଦର୍ଶନ । ଏଥି ସହିତ ଦୂରଦର୍ଶନ ଅନ୍ୟ ଗଣମାଧ୍ୟମ ସଂସ୍ଥାକୁ ସ୍ନାନଯାତ୍ରା ପାଇଁ ଫିଡ ଦବ । ଏହି ସିଗନାଲ GSAT-17 HD1080I DVB S2 MPEG4 ଜରିଆରେ ଦେବ । ଆଜି ଦୂରଦର୍ଶନ ଏହାର ପରୀକ୍ଷା କରିବ ।
