ରାଜ୍ୟ ତଥା ରାଜ୍ୟ ବାହାରର ଭକ୍ତଙ୍କ ପାଇଁ ୯୬ ଘଣ୍ଟାର RT-PCR ନେଗେଟିଭ ରିପୋର୍ଟ କିମ୍ବା ଡବଲ ଡୋଜ ଭ୍ୟାକସିନ ସାର୍ଟିଫିକେଟ ବାଧ୍ୟତାମୂଳକ ।
ତିନିଦିନ ପରେ ଆଜିଠୁ ଜଗା ଦର୍ଶନ କରିବେ ସର୍ବସାଧାରଣ

ଅର୍ଗସ ବ୍ୟୁରୋ: ଆଜିଠୁ ପୁଣି ଖୋଲିଛି ଶ୍ରୀମନ୍ଦିର। କାଳିଆ ଠାକୁରଙ୍କ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ। ତିନିଦିନର ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବା ପରେ ଆଜିଠୁ ପୁଣି ଖୋଲିଛି ଶ୍ରୀମନ୍ଦିର। ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି । ଭିଡକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
Download Argus News App
