ଗତକାଲି ରାତିରେ ଖଡ଼ିପଦା ମେଳଣରେ ଜୁଆଖେଳ ପାଇଁ ଉଭୟ ଗୋଷ୍ଠୀ ଭିତରେ ବଚସା ଓ ଗଣ୍ଡଗୋଳ ହୋଇଥିଲା ଏବଂ ଟଙ୍କା, ମୋବାଇଲ, ସୁନାଚେନ ଛଡ଼େଇବା ଭଳି ଘଟଣା ଘଟିଥିଲା। ଯାହା ଫଳରେ ପ୍ରତିଶୋଧ ପରାୟଣ ହୋଇ ଆଜି ସକାଳ ସାଢ଼େ ୬ଟାରେ ଗୋଟିଏ ଗୋଷ୍ଠୀର 17ରୁ 18 ଜଣା ମିଶି ପୁରୀ ମାର୍କେଟ ଛକ ବାଟା ଶୋ ରୁମ ନିକଟରେ ଅନ୍ୟଗୋଷ୍ଠୀର 3 ଜଣଙ୍କୁ ଅତି ନିର୍ମମ ଭାବରେ ହାଣି ପକାଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଗୋଟିଏ ଗୋଷ୍ଠୀର ହୃଷିକେଶ ଓ ଖଗେଶ୍ୱର ଆହତ ହୋଇ ପୁରୀରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଅନ୍ୟଗୋଷ୍ଠୀର ସମୀର ଓରଫ ଜୁଏଲକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ତେବେ ମାର୍କେଟ ଛକ ଅଞ୍ଚଳଟି ଜନଗହଳି ପୂର୍ଣ ଅଞ୍ଚଳ ଏବଂ ଶ୍ରୀମନ୍ଦିର ଠାରୁ ମାତ୍ର 500 ମିଟର ମଧ୍ୟରେ ହୋଇଥିବା ବେଳେ ସେଠାରେ ପୋଲିସ ଟ୍ରାଫିକ ପ୍ରହରା ମଧ୍ୟ ରହିଥାଏ। ଏଭଳି ଅଞ୍ଚଳରେ ଖଣ୍ଡା ବୁଲିବା ନେଇ ସହର ବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ସେପଟେ ପୋଲିସ ତରଫରୁ ଛାନଭିନ ଆରମ୍ଭ ହୋଇଥିବା ବେଳେ 2 ଯୁବକଙ୍କୁ ଅଟକ ରଖିଛି ପୋଲିସ। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ