ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମା ଝଡର ପ୍ରଭାବରୁ ଯଦିଓ ବା ତାପମାତ୍ରା ହ୍ରାସ ପାଇଛି ତଥାପି ଗରମ ଅନୁଭୂତ ହେଉଛି । ଆଉ ଏବେବି ପଶ୍ଚିମା ଝଡ ସକ୍ରିୟ ଥିବାରୁ ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ମାଲକାନଗିରି କନ୍ଧମାଳ ଢେଙ୍କାନାଳ କୋରାପୁଟ ନବରଙ୍ଗପୁର ରାୟଗଡା ମୟୁରଭଞ୍ଜ କଳାହାଣ୍ଡି କନ୍ଧମାଳ କେଉଁଝରର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୪୦ ରୁ ୫୦ କିଲୋମିଟର ପବନ ବହିବାର ମଧ୍ୟ ସମ୍ଭାବନ ଥିବାରୁ ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିସବୁ ଜିଲ୍ଲାଗୁଡ଼ିକ ହେଲା ମୟୁରଭଞ୍ଜ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡା କଟକ ଜଗତସିଂହପୁର ଢେଙ୍କାନାଳ ଗଜପତି ଗଞ୍ଜାମ।
ଅଧିକ ପଢନ୍ତୁ :୨୯ ଯାଏଁ ବର୍ଷା ସମ୍ଭାବନା , ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ
ସେହିପରି ଆସନ୍ତାକାଲି କମିବ ବର୍ଷାର ପରିମାଣ । ଉପକୂଳ ଓଡ଼ିଶାର ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ସେହିସବୁ ଜିଲ୍ଲା ଗୁଡିକ ହେଲା ମୟୁରଭଞ୍ଜ ଢେଙ୍କାନାଳ କନ୍ଧମାଳ ମାଲକାନଗିରି କୋରାପୁଟ ରାୟଗଡା ଅନୁଗୁଳ କେଉଁଝର। ବାକି ଜିଲ୍ଲାରେ ଶୁଖିଲା ପାଗ ରହିବ। ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୩୦ ରୁ ୪୦ କିଲୋମିଟର ପବନ ବହିବ। ଏହାକୁ ନଜରରେ ରଖି ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରିକରିଛି ବିଭାଗ।
ଅନ୍ୟପଟେ ପୁଣି ଠାରେ ୩୧ ତାରିଖରୁ ବଢିବ ବର୍ଷାର ପରିମାଣ । ବିଜୁଳି ଘଡ଼ଘଡ଼ି ସହ ୪୦ ରୁ ୫୦ କିଲୋମିଟର ପବନ ବହିବାର ସମ୍ଭାବନ ଥିବା ବେଳେ ରାଜ୍ୟର ଅନେକ ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷାର ସମ୍ଭାବନ ରହିଛି ।ସେହିପରି କିଛି କିଛି ଜିଲ୍ଲାରେ ପ୍ରବଳ ବର୍ଷାର ମଧ୍ୟ ଆକଳନ କରିଛି ବିଭାଗ । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ଯାଜପୁର ଢେଙ୍କାନାଳ କେନ୍ଦ୍ରାପଡା କଟକ ଭଦ୍ରକ । ଏହାକୁ ନେଇ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରିକରିଛି ଆଞ୍ଚଳିକ ପାଣିପାଗ ବିଭାଗ ।