ଅର୍ଗସ ବ୍ୟୁରୋ: ନିକଟରେ ଏହି କଥାଟି ବେଶ ଭାଇରାଲ ହେଲା । ଭାଇରାଲ ହେଲା ଗୋଟିଏ ଛୋଟିଆ ପିଲାର କ୍ଷୋଭ। ସ୍କୁଲ ମିଶ୍ରଣକୁ ନେଇ ତା ମନକଥା । କଥାଟା କହୁକହୁ ରାଜ୍ୟବରାସୀଙ୍କ ମନକୁ ପାଇଲା କାଥାଟି । ଆଉ ଦେଖୁଦେଖୁ ଭାଇରାଲ ହେଲା , ‘ମୁଁ ଇସ୍କୁଲରେ ପଡୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢୁଛି...’ ।
ଖବରଟି ହେଲା ଏହି ସ୍କୁଲ କଥାକୁ ନେଇ ମାନ୍ୟବର ହାଇକୋର୍ଟ ଏବେ ନିଷ୍ପତ୍ତି ଶୁଣାଛନ୍ତି । କମ୍ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ପ୍ରସଙ୍ଗରେ କୋର୍ଟ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି ।
ପୂର୍ବରୁ ଏହି ବିଜ୍ଞପ୍ତି ଉପରେ ରହିତାଦେଶ ଲାଗି କରିଥିବା ବେଳେ ଆଜି ଏହାକୁ ରଦ୍ଦ ହେଲା । ଆଇନଜୀବୀ ଅକ୍ଷୟ ପାଣ୍ଡେଙ୍କ ଏ ସମ୍ପକର୍ରେ ସୂଚନା ଦେଇଛନ୍ତି ।
ହାଇକୋର୍ଟ କହିଛନ୍ତି, ସ୍କୁଲ୍ ମିଶ୍ରଣ ନୀତି ଦ୍ୱାରା ଗ୍ରାମାଞ୍ଚଳର ଅନେକ ପିଲା ଶିକ୍ଷାରୁ ବଞ୍ଚିତ ହୋଇଯାଇଥା’ନ୍ତେ। ସରକାର ଲାଭକ୍ଷତି ବା ଖର୍ଚ୍ଚକୁ ଦେଖି ଶିକ୍ଷା ବ୍ୟବସ୍ଥାକୁ ଚଲାନ୍ତୁ ନାହିଁ। ଏବେ ଆମ ରାଜ୍ୟର ସାକ୍ଷରତା ହାର ୭୪-୭୫% ରହିଛି। ସରକାରଙ୍କ ସ୍କୁଲ୍ ମିଶ୍ରଣ ନୀତି ଦ୍ୱାରା ଏହି ହାର ଆହୁରି କମି ଯିବ। ପିଲାମାନେ ସ୍କୁଲ୍ ଯିବାକୁ ଆଗ୍ରହ ପ୍ରକାଶ ନ କରିପାରନ୍ତି।
ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ସ୍ଥାନରେ ୨୦ରୁ କମ୍ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଆଉ ସେହି ଅନୁସାରେ ୨୦୨୦ ମାର୍ଚ୍ଚ ୧୧ ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।