ଭୁବନେଶ୍ୱର: ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ବଦଳିଲେ । ଚଳିତ ବର୍ଷ ଅଗଷ୍ଟ 9 ତାରିଖରେ ଜିଲ୍ଲା ଯୋଜନା କିମିଟି ଅଧ୍ୟକ୍ଷ ଭାବେ 3 ମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ତେବେ ଆଜି କମିଟି ଅଧ୍ୟକ୍ଷଙ୍କୁ ବଦଳି କରାଯାଇଛି ।
ଦେବଗଡ଼ ଜିଲ୍ଲା କମିଟି ଅଧ୍ୟକ୍ଷ ଥିବା ପ୍ରଫୁଲ ମଲିକଙ୍କ ସ୍ଥାନରେ ମିଶନଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । କଳାହାଣ୍ଡି ଦାୟିତ୍ୱରେ ଥିବା ଟୁକୁନି ସାହୁ ଦେବଗଡ଼ ଦାୟିତ୍ୱ ନେବା ପରେ ସେହି ସ୍ଥାନରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଦାୟିତ୍ୱ ଦିଆଯାଇଛି ।
ତେବେ ବଲାଙ୍ଗିର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଥିବା ନବ ଦାସଙ୍କ ସ୍ଥାନରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ବଣ୍ଟନ ସମୟରେ ପ୍ରଫୁଲ ମଲିକଙ୍କୁ ଦୁଇଟି ଜିଲ୍ଲା କେନ୍ଦୁଝର ଏବଂ ଦେବଗଡ଼ ଜିଲ୍ଲା କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଥିଲା ।
