ଗତ ୩୦ ତାରିଖରେ ରାୟଗଡ଼ାରେ ପହଞ୍ଚି ପ୍ରଥମେ ରାୟଗଡ଼ା ଥାନାକୁ ଯାଇ ଏସଡିପିଓ ଦିବ୍ୟଜ୍ୟୋତି ଦାସ ଓ ଆଇଆଇସି ରଶ୍ମି ରଞ୍ଜନ ପ୍ରଧାନଙ୍କ ସହିତ ଆଲୋଚନା କରିଥିଲେ । ଶନିବାର ଦିନ ମଶାଣିକୁ ଯାଇ ପାଉଁଶ ସଂଗ୍ରହ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ବର୍ତ୍ତମାନ ହୋଟେଲ୍ ଏବଂ ମଶାଣିରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।
ପୁଟିନ ବିରୋଧୀ ସାଂସଦଙ୍କ ମୃତ୍ୟୁ ରହସ୍ୟରୁ ହଟୁନି ପରଦା

ଅର୍ଗସ ବ୍ୟୁରୋ : ପୁଟିନ ବିରୋଧୀ ସାଂସଦଙ୍କ ମୃତ୍ୟୁ ରହସ୍ୟରୁ ହଟୁନି ପରଦା । ଆଜି ବି ଦ୍ବିତୀୟ ଦିନରେ କ୍ରାଇମବ୍ରାଞ୍ଚର ତନାଘନା । ଆଜି କ୍ରାଇମବ୍ରାଞ୍ଚର 5ଜଣିଆ ଟିମ ହୋଟେଲ ସାଇଇଣ୍ଟରନେସନାଲ ହୋଟେଲରେ ସକାଳେ ପଂହଁଚି ହୋଟେଲରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଜେରା କରିବା ସହ ହୋଟେଲ ମାଲିକ ଅରବିନ୍ଦ ସାହୁଙ୍କୁ ଦୀର୍ଘ ସମୟ ଧରି ପଚରା ଉଚରା କରିଛି । କ୍ରାଇମବ୍ରାଞ୍ଚ ଟିମ ହୋଟେଲରେ କାର୍ଯ୍ୟରତ 40ଜଣ କର୍ମଚାରୀଙ୍କୁ ଜେରା କରିଥିଲା ।
Download Argus News App
