ଅର୍ଗସ ବ୍ୟୁରୋ:ସମ୍ବଲପୁର ସଦର ଥାନା ମାନେଶ୍ବର ହାଟପଦାଠାରେ ମା ଓ ଝିଅଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ । ମୃତା ବୃଦ୍ଧାଙ୍କ ପୁଅ ଜଗନ୍ନାଥ ଦୀକ୍ଷିତ ଓ ନାତି ସଂକେତ ଦୀକ୍ଷିତଙ୍କୁ ଗିରଫ କଲା ସଦର ଥାନା ପୋଲିସ । ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିଲା ଜଘନ୍ୟକାଣ୍ଡ । ମା ସ୍ନେହଲତାକୁ ଶ୍ବାସରୁଦ୍ଧ କରି ମାରିଥିବା ବେଳେ ଝିଅ ସୈରେନ୍ଦ୍ରି ଦୀକ୍ଷିତଙ୍କୁ ପେଟ୍ରୋଲ ଢାଳି ହତ୍ୟା କରିଥିଲେ । ସମ୍ପତ୍ତି ପାଇଁ ହତ୍ୟା କରିଥିବା ଅଭିଯୋଗ କରିଥିଲେ ଭଉଣୀ
ଅର୍ଗସ ବ୍ୟୁରୋ: ଝାରସୁଗୁଡାରେ ବେଦାନ୍ତ କମ୍ପାନୀର ବେଆଇନ ପାଉଁଶ ଡମ୍ପିଂ ...କୁଢ କୁଢ ପାଉଁଶ....ପାଉଁଶ ୟୋଗୁଁ ମୃତ୍ତିକା, ବାୟୁ ଓ ଜଳ ପ୍ରଦୂଷଣ .... ଏ ଦୃଶ୍ୟ ହେଉଛି ଲଖନପୁର ବ୍ଲକ ଅମ୍ବାପାଲି ପରିତ୍ୟକ୍ତ ପଥର ଖାଦାନର । ଖାଦାନରେ ପଡୁଛି ବେଦାନ୍ତ କମ୍ପାନିର ବିଷାକ୍ତ ପାଉଁଶ....ପ୍ରତିଦିନ ବେହାନ୍ତ କମ୍ପାନୀ ବେଧଡକ ଭାବେ ପାଉଁଶ ନେଇ ଏଠି ସେଠି ଡମ୍ପିଂ କରୁଛି .....ଲୋକଙ୍କ ମଧ୍ୟରେ କୁହୁଳୁଛି ଅସନ୍ତୋଷର ନିଆଁ । ଝାରସୁଗୁଡାରେ ବସିଥିବା ସମୀକ୍ଷା ଓ ଜନଶୁଣାଣି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଭିଯୋଗ କଲେ ସ୍ଥାନିୟ ବାସିନ୍ଦା । ବେଦାନ୍ତ କମ୍ପାନୀ ପାଉଁଶ ପରିବହନ ନିୟମକୁ ଖୋଲିଖୋଳି ଉଲ୍ଲଙ୍ଘନ କରୁଥିବାରୁ ବିଜେପି ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ । ପାଉଁଶ ପକାଇବାକୁ ସ୍ଥଗିତ ନିର୍ଦ୍ଦେଶ ଜାରି କଲା ପ୍ରଦୂଷଣ ବିଭାଗ ।
ରାଜ୍ୟ ପ୍ରଦୂଷଣ ବୋର୍ଡର ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଦୂଷଣ ଅଧିକାରୀ ଏହାର ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟ ରାଜ୍ୟ ପ୍ରଦୂଷଣ ବୋର୍ଡକୁ ଦେବା ପରେ ରାଜ୍ୟ ପ୍ରଦୂଷଣ ବୋର୍ଡ ନଭେମ୍ବର 4 ତାରିଖରେ ବେଦାନ୍ତକୁ ଚିଠି ଲେଖି ତାଗିଦ କରିଥିଲା । ନିୟମକୁ ବେଖାତିର କରି ବର୍ଜ୍ୟ ପାଉଁଶ ପରିଚାଳନା କରୁଥିବାରୁ ଦିଆଯାଇଥିବା ପରମିଶନକୁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ସସପେଣ୍ଡ କରିଥିବା ଚିଠିରେ ଉଲ୍ଲେଖ ରହିଛି । ଇଏ ହେଉଛି ସେହି ଚିଠି । ଏଥିସହ 15ଦିନ ମଧ୍ୟରେ ବେଦାନ୍ତ ଅମ୍ବାପାଲି ଠାରେ ହୋଇଥିବା ବର୍ଜ୍ୟ ପାଉଁଶ ଡମ୍ପିଂର ସମ୍ପୁର୍ଣ୍ଣ ବିବରଣୀ ପ୍ରଦାନ ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି । ବଡ ପ୍ରଶ୍ନ କାହା ସାହାସରେ ବେଦାନ୍ତ କମ୍ପାନୀ ମନମାନି ଚଲାଇ ବର୍ଷ ବର୍ଷ ଧରି ପ୍ରଦୂଷଣ ନିୟମକୁ ଉଲ୍ଲଙ୍ଘନ କରି ଏପରି ପାଉଁଶ ଚମ୍ପିଂ କରିଚାଲିଛି । ସୂଚନା ଅନୁସାରେ, ବେଦାନ୍ତ କମ୍ପାନୀରୁ ଦୈନିକ ପ୍ରାୟ ହଜାର ହଜାର ଟନ୍ ପାଉଁଶ ବାହାରୁଛି । ଏହାକୁ ବିନିଯୋଗ କରିବା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଯାହାର ପରିଣାମ ଭୋଗୁଛନ୍ତି ସ୍ଥାନିୟ ବାସିନ୍ଦା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀର ବିଧାନସଭାରେ ଧାରା ୩୭୦କୁ ନେଇ ଜୋରଦାର ହଙ୍ଗାମା। ଗୃହ କାର୍ଯ୍ୟ ଚାଲିଥିବା ବେଳେ ଠେଲାପେଲା ହେଲେ ଶାସକ ଓ ବିରୋଧୀ ଦଳର ନେତା। ଧାରା ୩୭୦କୁ ନେଇ ବିଧାନସଭା ପରିସର ପାଲଟିଲା ରଣକ୍ଷେତ୍ର। ଚିରାଗଲା ପୋଷ୍ଟର। ଗତକାଲି ଧାରା ୩୭୦ ହଟାଇବାକୁ ବିରୋଧରେ ଜମ୍ମୁ-କଶ୍ମୀର ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ଏହାକୁ ନେଇ ଗତକାଲି ଠାରୁ ଗୃହରେ ହଙ୍ଗାମା ଜାରି ରହିଥିଲା। ତେବେ ଗୁରୁବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏହାକୁ ନେଇ ଦୁଇ ପକ୍ଷର ବିଧାୟକ ପରସ୍ପର ମୁହାଁମୁହିଁ ହୋଇଥିଲେ।
ବିଧାୟକ ଇଞ୍ଜିନିୟର ରସିଦଙ୍କ ଭାଇ ଖୁରସିଦ ଅହମ୍ମଦ ଶେଖ ଗୃହରେ ଧାରା ୩୭୦ର ବ୍ୟାନର ଦେଖାଇଥିଲେ। ବିଧାନସଭାରେ ବିରୋଧୀଦଳ ନେତା ସୁନୀଲ ଶର୍ମା ବ୍ୟାନର ପ୍ରଦର୍ଶନକୁ ବିରୋଧ କରିଥିଲେ। ଏହି ପୋଷ୍ଟର ଦେଖିବା ପରେ ବିଜେପି ବିଧାୟକମାନେ ରାଗି ଯାଇଥିଲେ। ସେମାନେ ତାଙ୍କ ହାତରୁ ବ୍ୟାନର ଛଡ଼ାଇ ନେଇଥିଲେ। ବିଜେପି ନେତା ରବିନ୍ଦ୍ର ରାଇନା କହିଛନ୍ତି ଜମ୍ମୁ-କଶ୍ମୀରରେ ଧାରା ୩୭୦ ବର୍ତ୍ତମାନ ଇତିହାସରେ ପରିଣତ ହୋଇଛି ।
ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ କିରଣ ରିଜଜୁ କହିଛନ୍ତି, ଧାରା ୩୭୦ ପୁଣି ଲାଗୁ ହେବ ବୋଲି କଂଗ୍ରେସ ମିଛ କହି ଲୋକଙ୍କୁ ଭ୍ରମିତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏହି ଧାରା ଏବେ ଇତିହାସ ପାଲଟିଯାଇଛି। ସେପଟେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି, କଂଗ୍ରେସ ଭାରତୀୟ ସମ୍ବିଧାନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କେବେବି ସମ୍ମାନ ଦେଇନି। କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟର ଏହି ପଦକ୍ଷେପ ଏବେ ସାରା ଭାରତୀୟଙ୍କ ମନରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ବୋଲି କହିଛନ୍ତି ସ୍ମୃତି।
ବିଧାନସଭାରେ ପରିସ୍ଥିତି ଏପରି ହୋଇଥିଲା ଯେ, ମାର୍ଶାଲ ମାନଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ବିଧାନସଭାରେ ହଙ୍ଗାମା କରୁଥିବା କିଛି ବିପକ୍ଷ ବିଧାୟକଙ୍କୁ ମାର୍ଶାଲମାନେ ବାହାରକୁ ପଠାଇଥିଲେ। ଏହାପରେ ଗୃହକାର୍ଯ୍ୟ କିଛିସମୟ ପାଇଁ ବନ୍ଦ ରହିଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...