ହେଲେ ଆଜି ୫ ବର୍ଷ ପୁରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଘୋଷଣାରେ ରହିଛି । ୩ କୋଟିରୁ ଟଙ୍କାରୁ ୩ ଟଙ୍କା ମଧ୍ୟ ମିଳିଳା ନାହିଁ । ସେପଟେ ଏହାକୁ ନେଇ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି । ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିବା ୩ କୋଟି ଟଙ୍କା ୫ ବର୍ଷ ହେବ ଦେଇପାରିଲେ ନାହିଁ । ଏବେ ୫ଟି ଅଧ୍ୟକ୍ଷ ଘୋଷଣା କରିଥିବା ସାଢେ ୩ ଶହ କୋଟି ଟଙ୍କା ଦେବେତ ?
ଏଠି ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ସମ୍ବଲପୁରବାସୀଙ୍କୁ ଲଲିପପ୍ ଦେଖାଉ ନାହାନ୍ତି ତ ? ନିର୍ବାଚନ ଆସିଲେ ଘୋଷଣା କରୁଛନ୍ତି ନିର୍ବାଚନ ସରିଲେ ଭୁଲି ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୩ କୋଟିର ପ୍ରତିଶ୍ରୁତି ଥିଲା ଏବେ ପାଣ୍ଡିଆନଙ୍କ ସାଢେ ୩ ଶହ କୋଟି । ଦେଖିବାକୁ ବାକି ରହିଲା କାହା କଥାର ଅଛି ଦମ୍ । ତେବେ ଆଗକୁ ନିର୍ବାଚନ ଥିବାରୁ ଷ୍ଟାଡିୟମ କଥା ମନେ ପଡିଛି । ବଜେଟରେ କୌଣସି ଟଙ୍କା ମଞ୍ଜୁର ହୋଇନଥିଲେ ମଧ୍ୟ କିଭଳି ଘୋଷଣା କଲେ ବୋଲି ବିଜେପି କହିଛି । କଂଗ୍ରେସ କହିଛି ନିର୍ବାଚନ ବୈତରଣୀ ପାର ହେବା ନେଇ ଏହା ଆଉ ଏକ ଲଲିପପ ଦେଲେ ରାଜ୍ୟ ସରକାର । ରାଜ୍ୟର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଟଙ୍କା ଲୋକଙ୍କୁ ମିଳୁନି, ହେଲେ ୫ ଟି ଅଧ୍ୟକ୍ଷ ଘୋଷଣାରେ ଯଦି ଟଙ୍କା ମିଲୁଛି ତାହାଲେ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବ କହିଛନ୍ତି ବିରୋଧି ।