କେବେ ବିନ ଦାସ ଚିନୁଙ୍କ ପାଖରେ ପହଞ୍ଚିବ ପୋଲିସ । ମୃତ୍ୟୁ ପୂର୍ବରୁ ଯେଉଁ ସାମ୍ବାଦିକଙ୍କ ସହିତ ଧର୍ମେନ୍ଦ୍ର ସାହୁ କଥା ହୋଇଥିଲେ କାହିଁକି ତାଙ୍କ ବୟାନ ରେକର୍ଡ କରୁନି କମିଶନରେଟ୍ ପୋଲିସ । ଗୋପ ଜୋନ ନମ୍ବର 14ର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢିବାରେ ଲାଗିଛି । ବିବାଦ ଘେରକୁ ଆସିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହ ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ରଙ୍କ ଫୋନ୍ ବାର୍ତ୍ତାଳାପ ଭାଇରାଲ୍ ପରେ ବି କାହିଁକି ଚୂପ୍ କମିଶନରେଟ୍ ପୋଲିସ ତାକୁ ନେଇ ଉଠିଛି ପ୍ରଶ୍ନ । ସାଂଘାତିକ କଥା ହେଉଛି ଧର୍ମେନ୍ଦ୍ର କହୁଛନ୍ତି ତାଙ୍କ ସ୍ତ୍ରୀଙ୍କୁ ନିଶା ଦେଇ ଭିଡିଓ ସୁଟ୍ କରାଯାଉଛି । ଏଇ ଅଡିଓର ସତ୍ୟାସତ୍ୟ ନେଇ କଣ ତଦନ୍ତ କରୁଛି ପୋଲିସ । କାହିଁକି ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଖରେ ପହଞ୍ଚିନାହିଁ କମିଶନରେଟ୍ ପୋଲିସ ।
ତାଙ୍କର ମୃତ୍ୟୁ ହେଲେ ଯେଉଁମାନେ ଦାୟୀ ହେବେ ସେଥିରେ 2 ନମ୍ବରରେ ଥିଲା ସମୀର ଦାସଙ୍କ ନାଁ । ଏସବୁ ପରେ ସାମ୍ନାକୁ ଆସିବ ତ ସତ । ମନ୍ତ୍ରୀ ଦେବେ ତ ସ୍ପଶ୍ଟୀକରଣ । ମନ୍ତ୍ରୀଙ୍କ ବିରୋଧରେ ଧର୍ମେନ୍ଦ୍ର ଆଣିଥିବା ଅଭିଯୋଗର ତଦନ୍ତ ହେବ ତ । ନା ଅପରାଧ ସହ ଯୋଡିତ ଥିବା ପୂର୍ବ ମନ୍ତ୍ରୀଙ୍କ ଭଳି ମନ୍ତ୍ରୀ ସମୀର ରଞ୍ଜନ ଦାସ ବି ପାଇବେ ପୁଣି ଥରେ ସୁରକ୍ଷା ।