ଦିଲ୍ଲୀରେ ଆଜି ବିଜେପିର ଉଚ୍ଚସ୍ତରୀୟ ବୈଠକ । ଯୋଗଦେବେ ବିଜେପିର ତମାମ ଜାତୀୟ ଅଧିକାରୀ । ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ସହିତ ମିସନ ୨୦୨୪ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି । ଦୁଇ ଦିବସୀୟ ଏହି ବୈଠକର ଉଦଘାଟନ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାର୍ଟି ଅଧ୍ୟକ୍ଷ ଜେ.ପି.ନଡ୍ଡା ଦିଲ୍ଲୀରେ ଦୁଇ ଦିବସୀୟ ଉଚ୍ଚସ୍ତରୀୟ ବୈଠକ ଆହ୍ବାନ କରିଛନ୍ତି। ଏହି ବୈଠକରେ ବିଜେପିର ତମାମ ଜାତୀୟ ଅଧିକାରୀ ଯୋଗ ଦେବେ ।
ବୈଠକରେ ଜାତୀୟ ପଦାଧିକାରୀଙ୍କ ସମେତ ସବୁ ରାଜ୍ୟଙ୍କ ପ୍ରଭାରୀ ଓ ସହପ୍ରଭାରୀ ମାନେ ମଧ୍ୟ ଅଂଶଗ୍ରହଣ କରିବେ। ପାର୍ଟିର ସବୁ ମୋର୍ଚ୍ଚା ପ୍ରଭାରୀ, ପ୍ରଦେଶ ସଭାପତି, ପ୍ରଦେଶ ସଙ୍ଗଠନ ମହାମନ୍ତ୍ରୀଙ୍କୁ ମଧ୍ୟ ବୈଠକରେ ଯୋଗ ଦେବା ଲାଗି ଆମନ୍ତ୍ରିତ କରାଯାଇଛି।