ସେ ଆହୁରି କହିଛନ୍ତି ଯେ, କିଭଳି ଓଡ଼ିଆ ଭାଷାକୁ ଗୁରୁତ୍ୱ ଦିଆଯିବ ସେଥିପ୍ରତି ଆମେ ନଜର ରଖିଛୁ । ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ସହ କଥା ହୋଇ ଏ ବିଷୟରେ ଆଲୋଚନା କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ଆବଶ୍ୟକ ସ୍ଥଳେ ଆମ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ଲାଗି ଦୃଷ୍ଟି ଆକର୍ଷଣ କରାଯିବ। ଓଡ଼ିଆ ଭାଷାକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ଚେଷ୍ଟା କରିବୁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି।