ଅନ୍ୟ ପକ୍ଷରେ କଣିହାଁ ତହସିଲଦାର ପତିତପାବନ ଦେବତା କହିଛନ୍ତି ଯେ, ଆମ ପକ୍ଷରୁ ସୁଲେଇପାଳ ଠାରେ ବାଲିଘାଟ ଦିଆ ଯାଇଥିବା ନିଲାମ ଧାରୀ ୨ଦିନ ଦେବ ବନ୍ଦ କରି ରହିଛି । ତେଣୁ ଏହି ଘଟଣାରେ ରେଙ୍ଗାଳି ପୋଲିସକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଅନୁଗୋଳ ଜିଲ୍ଲାପାଳ ଓ କଣିହାଁ ତହସିଲଦାରଙ୍କୁ ସୁଲେଇପାଳ ବାଲିଘାଟ ଲିଜ୍ ପ୍ରକ୍ରିୟା ବିବାଦରେ ଜବାବ ତଲବ ହୋଇଥିବା ସୂଚନା ମଧ୍ୟ ରହିଛି । ଫଳରେ ବେଆଇନ ବାଲି ଚାଲାଣ କାରିଙ୍କ ବିରୋଧରେ ତହସିଲଦାର ଓ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରୁନଥିବାରୁ ବେଆଇନ ବାଲି ଚାଲାଣ କମିବାର ନାଆଁ ନେଉନାହିଁ ।